www.samajalive.in
Monday, December 8, 2025
13.1 C
Bhubaneswar

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର : ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ଛାତ୍ର ମାନଙ୍କ ପାଇଁ ଆମେରିକା ଅସୁରକ୍ଷିତ ହୋଇପଡୁଛି। ଗତ ମାସକ ସମୟ ମଧ୍ୟରେ ୪ ଜଣ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଗଲାଣି। ଏବେ ଆଉ ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହାଇଦ୍ରାବାଦର ସଇଦ ମଜହିର ଅଲ୍ଲୀ ବୋଲି ଜଣାପଡିଛି।ସଇଦ ମଜହିର ଅଲ୍ଲୀ ଚିକାଗୋର ଏକ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀ କରୁଛନ୍ତି।  ଗତ ୪ ତାରିଖରେ ସେ ନିଜ ଆପାର୍ଟମେଣ୍ଟ ବାହାରେ ଚାଲି ଚାଲି ଯାଉଥିବା ବେଳେ କିଛି ଯୁବକ ଏକ କାର୍‌ରେ ମାରଣାସ୍ତ୍ର ଧରି ଆସି ତାଙ୍କୁ ଅଚାନକ ଭାବରେ ଆକ୍ରମଣ କରିଥିଲେ।  ଫଳରେ ସଇଦଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ଲାଗିଥିଲା।  ଏମିତିକି ଦୁର୍ବୃତ୍ତମାନେ ତାଙ୍କ ଫୋନ୍‌  ଏବଂ ପର୍ସ ଧରି ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣା ପରେ ସଇଦ ଏକ ଭିଡିଓ ମାଧ୍ୟମରେ ସାହାର୍ଯ୍ୟ ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ଆମେରିକା ହେଉଛି ମୋ’ ସ୍ୱପ୍ନର ସହର । ମୁଁ ଏଠାକୁ ମୋ ସ୍ବପ୍ନ ପୂରଣ କରିବାକୁ ଆସିଥିଲି। କିନ୍ତୁ ଏହି ଘଟଣା ମୋତେ ଗଭୀର ଆଘାତ ଦେଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories