www.samajalive.in
Saturday, December 6, 2025
26.1 C
Bhubaneswar

ଭିଡିଓ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ, ମାମଲା ରୁଜୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ମିଳିଛି। ହାଇଦରାବାଦର ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଅଭିଯୁକ୍ତର ନାମ ମହମ୍ମଦ ରସୁଲ ଏବଂ ସେ ନିଜ ପୋଷ୍ଟରେ ଖଣ୍ଡା ଧରିଥିବା ଦେଖିବାକୁ ମିଳିଛି। ପୋଷ୍ଟରେ ସେ ଖଣ୍ଡା ଦେଖାଇ ହତ୍ୟା କରିବାକୁ ଧମକ ଦେଉଛି। ଭିଡିଓରେ କହୁଛି ଯେ, ଯଦି ଏଥର କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦୀଙ୍କୁ ହତ୍ୟା କରିବ। ଏନେଇ କର୍ଣ୍ଣାଟକର ୟାଦଗିରିସ୍ଥିତ ସୁରପୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

- Advertisement -

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅନେକ ବିବାଦୀୟ ତଥା ଅପମାନସୂଚକ ଟିପ୍ପଣୀ ଆସିଛି। ଏନେଇ ବିଭିନ୍ନ ଥାନା ତଥା କୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ପ୍ରଥମ ଥର ପାଇଁ ମୋଦୀଙ୍କୁ ହତ୍ୟା ଧମକ ମିଳିଥିବାରୁ ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories