ଧମା/ମାନେଶ୍ୱର : ଯୁଯୁମୁରା ବ୍ଳକ ମେଘପାଳ ପଞ୍ଚାୟତ ଘୁଷୁରିଆବାହାଲ ଗାଁରେ ପାରିବାରିକ କଳହରୁ ପତି ନିଜ ପତ୍ନୀକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ପ୍ରମୋଦ ଭୋଇସାର ଓ ତାଙ୍କ ପତ୍ନୀ ପାର୍ବତୀ ଭୋଇସାର (୩୮)ଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ବିଳମ୍ବିତ ରାତିରେ ପ୍ରମୋଦ ଏକ ଟାଙ୍ଗିଆରେ ପାର୍ବତୀଙ୍କ ମୁଣ୍ଡରେ ଚୋଟ ମାରିଥିଲେ। ପତ୍ନୀ ଅଚେତ ହୋଇଯିବା ପରେ ସେ ମରିଯାଇଥିବା ଭାବି ପରିବାରଲୋକେ ଚୁପ ରହିଯାଇଥିବା କୁହାଯାଉଛି। ଘଟଣାକୁ ଚପାଇବା ପାଇଁ ଡାକ୍ତରଖାନାକୁ ନ ଆଣିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଓ ଟାଙ୍ଗିଆ ଜବତ କରିବା ସହ ସ୍ବାମୀ ପ୍ରମୋଦକୁ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ଯୁଯୁମୁରା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଆସନ୍ତାକାଲି ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।
Popular Categories



