www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୭୮.୭୬%

କଟକ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥର ପାସ ହାର ୭୮.୭୬% ରହିଛି। ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି।

- Advertisement -

ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ ପାସ୍ କରିଛନ୍ତି। ଏ-୨ରେ ୮୪୫୮,ବି-୧ରେ ୧୮,୧୮୮, ବି-୨ରେ ୩୧,୩୨୮ ଜଣ ପିଲା ପାସ୍ କରିଛନ୍ତି। ସେହିପରି ସି-ଗ୍ରେଡରେ ୪୯,୧୫୩,ଡି-ରେ ୮୯,୫୫୬, ଇ-ଗ୍ରେଡରେ ୨,୨୩,୧୯୫ ଜଣ ପିଲା ପାସ୍।

ଚଳିତ ବର୍ଷ ମୋଟ ୫,୩୪,୮୪୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪,୨୧,୨୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧,୧୨,୫୭୫ ଜଣ ପିଲା ଫେଲ୍ ହୋଇଛନ୍ତି। ତେବେ ୩୧ଟି ସ୍କୁଲରୁ କେହି ପାସ୍ କରି ନାହାନ୍ତି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହୋଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ପାସ ହାର ୪୦.୧୮% ଏବଂ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ପାସ ହାର ୯୭.୧୮% ରହିଛି। ୯୧୨୬ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିବା ବେଳେ ୩୬୫୩ ଜଣ ପାସ କରିଛନ୍ତି। ସେହିପରି ୪୨୫୫ ମଧ୍ୟମା(ସଂସ୍କୃତ) ପରୀକ୍ଷା ଦେଇଥିବା ବେଳେ ୪୧୩୫ ଜଣ ପାସ୍ କରିଛନ୍ତି।

ଛାତ୍ରଛାତ୍ରୀମାନେ ସାଢେ ୧୧ଟା ପରେ ମାଟ୍ରିକ ପରୀକ୍ଷା ଫଳ ଏହି ୱେବସାଇଟ୍ : www.bseodisha.ac.in, www.bseodisha.nic.in,ରେ ଦେଖିପାରିବେ। ସେହିପରି  ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ।  ମେସେଜ ବକ୍ସକୁ ଯାଇ <OR10> Space <Roll No> ଲେଖି 5676750 Send କଲେ ପରୀକ୍ଷା ଫଳ ଜାଣିପାରିବେ।
ଏଥିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ଉପଲବ୍ଧ ହେବ। ପରୀକ୍ଷା ଫଳ ଜାଣିବାରେ କିଛି ସମସ୍ୟା ହେଲେ ବୋର୍ଡ କଣ୍ଟ୍ରୋଲ ରୁମ୍‌ ନମ୍ବର (0671)- 2412059, 2412060 କୁ ଫୋନ କରି ପାରିବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories