www.samajalive.in
Sunday, December 14, 2025
26.1 C
Bhubaneswar

ହିମାଚଳରେ ଭୂସ୍ଖଳନ ; ମାଟିରେ ମିଶିଲା ବହୁ ଅଟ୍ଟାଳିକା

ସିମ୍‌ଲା : ହିମାଚଳପ୍ରଦେଶର କୁଲ୍ଲୁ ଜିଲାରେ ଗୁରୁବାର ଭୂସ୍ଖଳନ ହେବାରୁ ବହୁ ଅଟ୍ଟାଳିକା ମାଟିରେ ମିଶି ଯାଇଛି। ଭୂସ୍ଖଳନ ଖବର ପାଇ ଏନ୍‌ଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ହିମାଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପରିସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଛାଡ଼ି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଦର୍ଶାଯାଇଛନ୍ତି କୁଲ୍ଲୁର ଆନ୍ନି ଅଞ୍ଚଳରେ ଥିବା ଏକ ବହୁତଳ ଅଟ୍ଟାଳକା ଭୂସ୍ଖଳନ ଯୋଗୁଁ ପ୍ରଥମେ ଭୁଶୁଡ଼ି ପଡ଼ିଥିଲା। ଏହି ଅଟ୍ଟାଳିକା ନିକଟରେ ଥିବା ଅନ୍ୟ କେତେକ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ତେବେ ଭୂସ୍ଖଳନ ହେବା ଆଶଙ୍କା କରି ପ୍ରଶାସନ ତରଫରୁ ପୂର୍ବରୁ ସେହି ଅଞ୍ଚଳରୁ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଥିଲା। ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତି ପ୍ରାଣ ହରାଇଥିବା ନେଇ ସୂଚନା ନ ଥିବା ଜନୈକ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବୁଧବାର ବର୍ଷାଜନିତ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ବହୁ ଘର ଭାଙ୍ଗିଥିବା ଜଣାପଡ଼ିଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବହୁସଂଖ୍ୟକ ଗାଡ଼ି ଅଟକି ରହିଛି। ବର୍ତ୍ତମାନ ସୁଦ୍ଧା ବର୍ଷାଜନିତ ପରିସ୍ଥିତି ଯୋଗୁଁ ୮ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଛି। ୨ ହଜାରରୁ ଅଧିକ ଘର ସଂପୂର୍ଣ୍ଣ ମାଟିରେ ମିଶି ଯାଇଥିବା ବେଳେ ପାଖାପାଖି ୧୦ ହଜାର ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୩୮ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି। ଏକାଧିକ ଜିଲାରେ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories