www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଲଢ଼େଇ

ୱାଶିଂଟନ୍‌ : ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବମାନେ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ଜଣ ହେଉଛନ୍ତି ବିବେକ ରାମସ୍ବାମୀ ଓ ନିକି ହାଲେ ଏବଂ ଉଭୟ ରିପବ୍ଲିକାନ୍‌ ପାର୍ଟିର ଆଶାୟୀ ପ୍ରାର୍ଥୀ। ସେମାନେ ଦଳୀୟ ପ୍ରାର୍ଥିତ୍ବ ପାଇଁ ଏବେ ନିଜ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ। ବିଭିନ୍ନ ପ୍ରଦେଶ ବୁଲି ସେମାନେ ବିତର୍କରେ ଅଂଶଗ୍ରହଣ କରୁଛନ୍ତି। ଏହି ପାର୍ଟିରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିବାବେଳେ ନିକି ତାଙ୍କ ସମୟରେ ଜାତିସଂଘରେ ରାଷ୍ଟ୍ରଦୂତ ଥିଲେ। ଏବେ ନିକି ଓ ବିବେକ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ପୂର୍ବତନ ସାଉଥ କରୋଲିନା ଗଭର୍ଣ୍ଣର ନିକିଙ୍କୁ ପଛରେ ପକାଇ କୋଟିପତି ବ୍ୟବସାୟୀ ବିବେକ ଏବେ ଅ​ାଗୁଆ ଥିବା ଲକ୍ଷ୍ୟ କରାଯାଉଛି। ପ୍ରଥମିକ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରେ ବିତର୍କ ଚାଲିଛି। ଏଥିରେ ଯିଏ ଅଗ୍ରଣୀ ରହିବେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ବିତର୍କର ସାମ୍ନା କରିବାକୁ ପଡ଼ିବ। ଏକାଧିକ ପର୍ଯ୍ୟାୟ ପରେ ଚୂଡ଼ାନ୍ତ ପ୍ରାର୍ଥୀ ମନୋନୀତ ହେବେ। ଅପରପକ୍ଷରେ ଶାସକ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି କମଳା ହାରିସ୍‌, ବବି ଜିନ୍ଦଲଙ୍କ ଭଳି ଭାରତୀୟ ବଂଶୋଦ୍ଭବ ପ୍ରାର୍ଥିତ୍ବ ଦୌଡ଼ରେ ଅଛନ୍ତି। ବସ୍ତୁତଃ ଭାରତୀୟ ଜଣେ ବଂଶୋଦ୍ଭବ ହିଁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏବେ ଲକ୍ଷ୍ୟ କରାଯାଉଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories