www.samajalive.in
Saturday, December 6, 2025
19.1 C
Bhubaneswar

ତିନି କୋଟିରୁ ଅଧିକ ପକ୍କାଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କ ପାଇଁ ତିନି କୋଟିରୁ ଅଧିକ ପକ୍କାଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟରରେ କହିଛନ୍ତି, ଏହି ଘର ଗୁଡିକ ମଧ୍ୟ ମହିଳା ସଶକ୍ତିକରଣର ପ୍ରତୀକ ପାଲଟିଛି।
ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଆମର ସଂକଳ୍ପରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି। ଏହି ଯୋଜନା ଅଧୀନରେ ନିର୍ମିତ ତିନି କୋଟିରୁ ଅଧିକ ଘର ନିର୍ମାଣ କେବଳ ଲୋକଙ୍କ ଅବଦାନରେ ସମ୍ଭବ ହୋଇଛି। ମୌଳିକ ସୁବିଧା ଥିବା ଏହି ଘରଗୁଡ଼ିକ ମଧ୍ୟ ଆଜି ମହିଳା ସଶକ୍ତିକରଣର ପ୍ରତୀକ ପାଲଟିଛି ।
ସୂଚନାଯୋଗ୍ୟ ଯେ ପିଏମ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଏପର୍ୟ୍ୟନ୍ତ ୨.୫୨ କୋଟି ଘର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି। ଏଥିପାଇଁ ୧.୯୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାସହ ପିଏମ ଆବାସ ଯୋଜନା (ସହରୀ) ଅଧୀନରେ ଏପର୍ୟ୍ୟନ୍ତ ୫୮ ଲକ୍ଷ ଘର ନିର୍ମାଣ କରାଯାଇଛି। ଏଥିପାଇଁ ୧.୧୮ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନା ଅଧୀନରେ ନିର୍ମିତ ପ୍ରତ୍ୟେକ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ, ଜଳ ସଂଯୋଗ ଏବଂ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ରହିଛି।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories