www.samajalive.in
Friday, December 12, 2025
26.1 C
Bhubaneswar

ମାଛି ମାରୁ ମାରୁ ଜଳିଗଲା ଘର

ଫ୍ରାନ୍ସ : ଜଣେ ୮୦ ବର୍ଷର ବୃଦ୍ଧ ଜଣଙ୍କ ରାତି ସମୟରେ ଖାଇବାକୁ ବସିବା ସମୟରେ ଏକ ମାଛି ତାଙ୍କ ନିକଟରେ ଉଡ଼ିବା ସହ ତାଙ୍କୁ ଏପରି ବ୍ୟତିବ୍ୟସ୍ତ କରାଇଥିଲା ଯେ, ବୃଦ୍ଧ ଜଣଙ୍କ ମାଛିଟିକୁ ମାରିବାକୁ ଚେଷ୍ଟା କରିଥିଲେ। ଏହି ଚେଷ୍ଟାରେ ବୃଦ୍ଧଙ୍କ ଘର ଜଳି ଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣା ଫ୍ରାନ୍ସର ଡ଼ୋରଡ଼ନ ସହରର ଏକ ଅଞ୍ଚଳର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଡ଼ୋରଡ଼ନ ସହରର ବାସ କରୁଥିବା ଜଣେ ବୃଦ୍ଧ ରାତିରେ ଖାଇବାକୁ ବସିଥିଲେ। ମାଛିର ଶବ୍ଦରେ ସେ ବ୍ୟସ୍ତ ହୋଇପଡ଼ିଲେ।
କୀଟପତଙ୍ଗଙ୍କୁ ମାରିବା ପାଇଁ ବ୍ୟବହାର ହେଉଥିବା ବୈଦୁତିକ ରାର୍କେଟର ବୃଦ୍ଧ ଜଣଙ୍କ ମାଛିକୁ ମାରିବା ପାଇଁ ବ୍ୟବହାର କରିଥିଲେ। ମାତ୍ର ର୍ଦୁଭାଗ୍ୟ ବଶତଃ ସେହି ସମୟରେ ବୃଦ୍ଧଙ୍କ ଘରେ ଗ୍ୟାସ ଲିକ ହେଉଥିଲା। ପବନ ଅର୍ଥାତ ମାଛି ମାରିବା ପାଇଁ ବୈଦୁତିକ ରାର୍କେଟକୁ ବୁଲାଇବା ସମୟରେ ହଠାତ ଜୋରରେ ବିସ୍ଫୋରଣ ହେଲା ଓ ଏଥିରେ ବୃଦ୍ଧଙ୍କ ରୋଷେଇ ଘର , ଘରର ଛାତ ଖୁବ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ହାତ କିଛି ପରିମାଣରେ ଜଳିଯାଇଥିବା ଜଣାପଡ଼ଇଛି। ଘଟଣାରେ ବୃଦ୍ଧ ଭୟଭୀତ ହୋଇପଡ଼ିଥିବା ସହ ତାଙ୍କ ଘର ମରାମତି କାମ ଚାଲୁଛି ୋବଲି ସୂଚନା ମିଳିଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories