www.samajalive.in
Monday, December 8, 2025
24.1 C
Bhubaneswar

ସଦ୍ୟଜାତ ସନ୍ତାନ ସହ ଶ୍ମଶାନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପତ୍ନୀ

ଜାମ୍ମୁ : ରବିବାର ଆତଙ୍କବାଦୀଙ୍କ ଗୁଳିରେ ସହିଦ ଯବାନ ଲାନ୍ସନାଏକ ରଞ୍ଜିତ ସିଂହଙ୍କ ଭାଗ୍ୟରେ ବିଧାତା ଏମିତି କିଛି ଲେଖିଥିଲା; ଯାହା ଆଜି ସମସ୍ତଙ୍କୁ ହତବାକ୍‍ କରିଦେଇଛି। ତାଙ୍କ ମୃତ୍ୟୁ ସହିତ ନିଜ ଗାଁ ରାମ୍ବାନ୍‍ ଜିଲାର ଶୁଲିଗାମ୍‍ ନିକଟ ଚାମ୍ବା-ସେରିସ୍ଥିତ ଶ୍ମଶାନ ଘାଟରେ ଘଟିଥିବା ହୃଦୟ ବିଦାରକ ଘଟଣା ସବୁ ମହଲରେ ଗଭୀର ଶୋକାକୂଳ ପରିବେଶ ସୃଷ୍ଟିକରିଛି। ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉଥିବା ସମୟର ଦୃଶ୍ୟ ତମାମ ରାଜ୍ୟବାସୀଙ୍କୁ ଶୋକାଭିଭୂତ କରିଦେଇଛି।
ମଙ୍ଗଳବାର ରଞ୍ଜିତ(୩୬)ଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ଶ୍ମଶାନରେ ପହଞ୍ଚିଥିଲା ଏକ ଆମ୍ବୁଲାନ୍ସ। ସେଥିରେ ଶେଷଦର୍ଶନ କରିବାକୁ ଆସିଥିଲେ ତାଙ୍କ ପତ୍ନୀ ଶିମୁ ଦେବୀ ଓ ସଦ୍ୟଜାତ ସନ୍ତାନ। ମା’ଛୁଆଙ୍କୁ ଡାକ୍ତରଖାନାରୁ ସିଧା ଏଠାକୁ ଅଣାଯାଇଥିଲା। ଦେବୀ ପ୍ରଥମ ମାତୃତ୍ୱ ଲାଭ କରିଥିଲେ। ଦୀର୍ଘ ୧୦ବର୍ଷ ପୂର୍ବେ ସେମାନଙ୍କର ବିବାହ ହୋଇଥିଲା ଓ ପିଲାଟିଏ ପାଇଁ ଏତେକାଳ ଅପେକ୍ଷା କରିଥିଲେ ପତିି-ପତ୍ନୀ; କିନ୍ତୁ ପିଲା ଜନ୍ମବେଳକୁ ରଞ୍ଜିତ ଖୁସି ମନାଇବା ପାଇଁ ଆଉ ଇହଜଗତରେ ନଥିଲେ। ରଜୌରୀ ଜିଲାର ସୁନ୍ଦବନୀ ସେକ୍ଟରରେ ରବିବାର ଆତଙ୍କବାଦୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲେ। ସୋମବାର ଗାଁକୁ ଅଣାଯାଇଥିଲା ତାଙ୍କ ମରଶରୀର। ସୋମବାର ରାତିରେ ପତ୍ନୀ ଶିମୁ ଗର୍ଭଯନ୍ତ୍ରଣା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ଣରେ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଭୋର ପ୍ରାୟ ୫ଟା ସମୟରେ ଶିମୁ ଜନ୍ମ ଦେଇଥିଲେ ଏକ କନ୍ୟାସନ୍ତାନ। ପତ୍ନୀ ଓ କନ୍ୟାଙ୍କ ଆସିବା ପର୍ଯ୍ୟନ୍ତ ଶେଷକୃତ୍ୟ ଅଟକି ରହିଥିଲା।
ରଞ୍ଜିତ ୨୦୦୩ରେ ସେନାରେ ଯୋଗ ଦେଇଥିଲେ। ସମ୍ଭାବ୍ୟ ପିତୃତ୍ୱ ପାଇଁ ସେ ଛୁଟିରେ ଆସିବା ଯୋଜନା କରିଥିଲେ; କିନ୍ତୁ ବିଧାତା ଯେମିତି ଖୁସି ବାଣ୍ଟିବାକୁ ତାଙ୍କ ଭାଗ୍ୟରେ ଲେଖି ନଥିଲା। ଘରେ ସେ ପତ୍ନୀ, କୁନି ଝିଅଙ୍କ ସହ ବାପା-ମାଆ, ତିନି ସାନ ଭଉଣୀଙ୍କୁ ଛାଡ଼ି ଯାଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories