www.samajalive.in
Wednesday, December 10, 2025
18.1 C
Bhubaneswar

୪୬ ବର୍ଷିୟ ଆଦିତ୍ୟନାଥଙ୍କ ପାଦ ଛୁଇଁଲେ ୬୬ ବର୍ଷିୟ ରମଣ ସିଂହ

ରାଜନନ୍ଦଗାଓଁ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡଃ ରମଣ ସିଂହ ନିଜ ବୟସରୁ ୨୦ବର୍ଷ ସାନ ଓ ରାଜନୀତିରେ ମଧ୍ୟ ଯଥେଷ୍ଟ କନିଷ୍ଠ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ନିର୍ବାଚନରେ ବିଜୟ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଘଟଣା ଛତିଶଗଡ଼ରେ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ୬୬ବର୍ଷୀୟ ରମଣ ସିଂହ ରାଜନନ୍ଦଗାଓଁରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରମଣ ହେଉଛନ୍ତି ଦୀର୍ଘ କାଳ ଶାସନ କରିବାରେ ଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ। ଏଥର ରାଜନନ୍ଦଗାଓଁରୁ ତୃତୀୟ ବିଜୟ ସହିତ ସେ କ୍ରମାଗତ ଚତୁର୍ଥ ପାଳି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରାର୍ଥିପତ୍ର ଦାଖଲ ଅବସରରେ ଆୟୋଜିତ ଏକ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗଦେଇଥିଲେ। ମଞ୍ଚ ଉପରେ ପତ୍ନୀ ବୀଣା ସିଂହ, ରାଜ୍ୟ ବିଜେପି ପ୍ରଭାରୀ ଅନିଲ ଜୈନ ପ୍ରମୁଖଙ୍କ ଉପସ୍ଥିତିରେ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ ଅନ୍ୟମାନେ ଚାହିଁ ରହିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories