ଅକଲାଣ୍ଡ : ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟ୍ୱେଣ୍ଟି୨୦ ସିରିଜ୍ ନିମନ୍ତେ ପୂର୍ବରୁ ନ୍ୟୁଜିଲାଣ୍ଡର ୧୩ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ମଙ୍ଗଳବାର ଅଲରାଉଣ୍ଡର କୋରି ଆଣ୍ଡରସନ୍ ଏବଂ ୱିକେଟରକ୍ଷକ ଗ୍ଲେନ୍ ଫିଲିପ୍ସଙ୍କୁ ସାମିଲ କରାଯାଇଛି। ଆହତ ମାର୍ଟିନ ଗପଟିଲ୍ ଟ୍ୱେଣ୍ଟି୨୦ ଦଳରୁ ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନରେ ଫିଲିପ୍ସ ଖେଳିବା ଆଶା ରହିଛି। ଅପରପକ୍ଷରେ ଆଗାମୀ ବିଶ୍ୱକପ୍ ନିମନ୍ତେ ନ୍ୟୁଜିଲାଣ୍ଡ ଦଳରେ ସାମିଲ ହେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଆଣ୍ଡରସନ୍ କହିଛନ୍ତି। ଘୋଷିତ ଟ୍ୱେଣ୍ଟି୨୦ ଦଳ : କେନ୍ ୱିଲିୟମସନ୍ (ଅଧିନାୟକ), କୋରି ଆଣ୍ଡରସନ୍, ମାର୍କ ଚାପମ୍ୟାନ୍, କଲିନ୍ ଡି’ ଗ୍ରାଣ୍ଡହୋମ୍, ଲୋକି ଫର୍ଗୁସନ୍, ଆଦାମ ମିଲ୍ନେ, କଲିନ୍ ମନ୍ରୋ, ଗ୍ଲେନ୍ ଫିଲିପ୍ସ, ସେଥ ରାନ୍ସ, ଟିମ୍ ସେଫେଟ୍, ଇସ୍ ସୋଢି, ଟିମ୍ ସାଉଦି ଓ ରସ୍ ଟେଲର।
Popular Categories



