www.samajalive.in
Monday, December 8, 2025
14.1 C
Bhubaneswar

ସନ୍ତରାଗାଚ୍ଛି ରେଳ ଷ୍ଟେସନରେ ଦଳା ଚକଟା ଦୁଇ ମୃତ , ୧୪ ଆହତ

କଲକାତା .- ପଶ୍ଚିମବଙ୍ଗର ହାଓଡା ନିକଟରେ ଥିବା ସନ୍ତରାଗାଚ୍ଛି ରେଳ ଷ୍ଟେସନରେ ଦଳାଚକଟା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି ।  ସନ୍ଧ୍ୟା ୬ ଟା ସମୟରେ ଏହି ଘଟଣା ଘଟିଛି । ଏକ ସମୟରେ ତିନୋଟି ଟ୍ରେନ ଷ୍ଟେସନ ମଧ୍ୟରେ ପ୍ରବେଶ କରିବାରୁ ଏକ ରେଲ୍‌ ଫୁଟ୍‌ ଓଭର୍‌ ବ୍ରିଜ୍‌ ଉପରେ ପ୍ରବଳ ଭିଡ ହେବା ସହ ଦଳାଚକଟା ହୋଇଥିଲା ।

ପ୍ଲାଟଫର୍ମ ନମ୍ବର ୨ ଓ ୩ ମଧ୍ୟରେ ଥିବା ଫୁଟ୍‌ ଓଭର ବ୍ରିଜରେ ଏହି ଘଟଣା ଘଟିଛି । ନାଗରକୋଏଲ୍‌-ଶାଲିମାର ଏକ୍ସପ୍ରେସ ସହ  ଦୁଇଟି ଲୋକାଲ ଟ୍ରେନ ପ୍ଲାଟଫର୍ମ ମଧ୍ୟରେ ପ୍ରବେଶ କରୁଥିବା ବେଳେ ସନ୍ତରାଗାଚ୍ଛି – ଚେନ୍ନଇ ଓ ଶାଲିମାର- ବିଶାଖା ପାଟଣା ଏକ୍ସପ୍ରେସ ଖୁବ୍‌ ଶୀଘ୍ର ପ୍ଲାଟଫର୍ମ ମଧ୍ୟରେ ପ୍ରବେଶ କରିବାକୁ ଥିବାରୁ  ଫୁଟ ଓଭର୍‌ ବ୍ରିଜ ଉପରେ ଦଳା ଚକଟା ହୋଇଥିବା ସୂଚନା ମିଳିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories