www.samajalive.in
Saturday, December 6, 2025
19.1 C
Bhubaneswar

ହଷ୍ଟେଲରେ ଛାଇଛି ନୀରବତା, ବିଦ୍ୟାର୍ଥୀ ମ୍ରିୟମାଣ!

ସାରନଗରୀ : ଶିକ୍ଷା ହେଉଛି ସମାଜର ଦର୍ପଣ । ମାତ୍ର ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି ବୈଶ୍ୱିକ ମହାମାରୀ କରୋନା । ବର୍ଷ ସରିବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ଦିନର ସ୍କୁଲ ବନ୍ଦ ପରେ ଚଳିତ ମାସ ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ, ଏଯାଏ ବିଭିନ୍ନ ଛାତ୍ରାବାସ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଗତ ମାର୍ଚ୍ଚ ମାସରୁ ହଷ୍ଟେଲ ଛାଡ଼ି ଘରେ ରହିଛନ୍ତି ବହୁ ଛାତ୍ରଛାତ୍ରୀ । ଯାହା ଫଳରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଗତବର୍ଷ ଏପ୍ରିଲ ମାସରୁ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଛାଡ଼ି ଘରମୁହାଁ ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ଛାତ୍ରଛାତ୍ରୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଆଦିରେ ଥିବା ଆବାସିକ ଘରୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତିା ସେହିପରି ବିଦ୍ୟାନଗରୀ ଭାବେ ପରିଚିତ ରାଉରକେଲାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଦ୍ୟାର୍ଥୀ ମାନେ ଏଠାରେ ଥିବା ଘରୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଦ୍ୟାର୍ଜନ କରିବାକୁ ଆସିଥାନ୍ତି । ପାଠପଢା ସହ ନିୟମିତ ଭୋଜନ ଓ ରହଣି ପାଇଁ ବିଦ୍ୟାର୍ଥୀ ଜଣଙ୍କୁ ହଷ୍ଟେଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କେବଳ ଯେ, କଲେଜ ଛାତ୍ରଛାତ୍ରୀ ନୁହନ୍ତି, ଇଂଜନିୟରିଂ, ଡାକ୍ତରୀ, ଫାର୍ମାଶିଷ୍ଟ, ହୋମିଓପାଥିକ ଭଳି ପେଶାଗତ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ମାନେ ହଷ୍ଟେଲରେ ରହି ଶିକ୍ଷା ଆହରଣ କରିଥାନ୍ତି । ଅନ୍ୟପକ୍ଷରେ ଗତ ମାର୍ଚ୍ଚ ମାସରୁ କରୋନା କାୟା ବିସ୍ତାର କରିବା ପରେ ରାଉରକକେଲା ସମେତ ଦକ୍ଷିଣ ରାଉରକେଲାରେ ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ତାଲା ଝୁଲୁଛି । ଆଇଟିଆଇ, ଡିପ୍ଲୋମାଧାରୀ ଛାତ୍ରଛାତ୍ରୀ, ଛାତ୍ରଛାତ୍ରୀ ରହିବା ପାଇଁ ହଷ୍ଟେଲ ବନ୍ଦ ହେବା ପରେ ରାଉରକେଲାରୁ ନିଜ ନିଜ ବାସସ୍ଥାନକୁ ପଳାଇଥିବା ବେଳେ, ରାଉରକେଲା ବାହାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଗତ ପ୍ରାୟ ୧୦ ମାସ ହେବ ହଷ୍ଟେଲ ଛାଡ଼ି ସାରିଛନ୍ତି । ଏପରିସ୍ଥଳେ, ଏବେ ବିଦ୍ୟାର୍ଥୀ ମାନଙ୍କ ପାଇଁ ତିଆରି ହୋଇଥିବା ହଷ୍ଟେଲ ଗୁଡ଼ିକ ଖାଲି ପଡ଼ିଛି । କେବଳ ଯାହା କୋଠରୀ ରହିଛି, କିନ୍ତୁ ବିଦ୍ୟାର୍ଥୀ ମାନଙ୍କ ଅଭାବରେ ରାଉରକେଲାର କୋଏଲନଗର, ଶକ୍ତିନଗର, ସିଭିଲଟାଉନସିପ, ଛେଣ୍ଡ, ବାସନ୍ତୀ କଲୋନୀ ଓ ନୂଆବଜାରରେ ଥିବା ସରକାରୀ ଓ ବେସରକାରୀ ହଷ୍ଟେଲ ଗୁଡ଼ିକରେ ଅସମ୍ଭବ ନୀରବତା ପ୍ରକାଶ ପାଇଛି! କିଛି ଘରୋଇ ହଷ୍ଟେଲରେ ପିଲା ନଥିବା କାରଣରୁ ଏହାର ସ୍ୱତାଧିକାରୀ ହଷ୍ଟେଲରେ ଥିବା ଚେୟାର, ଟେବୁଲ ଓ ଖଟ ମଧ୍ୟ ବିକ୍ରି କରିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ସରକାରୀ ଚାକିରୀ ଅନ୍ୱେଷଣରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଯଥା ବ୍ୟାଙ୍କ ପିଓ, ରେଲବାଇର ବିଭିନ୍ନ ପଦ ପାଇଁ ବର୍ଷ ତମାମ ଅନେକ ବିଦ୍ୟାର୍ଥୀ ପ୍ରସ୍ତୁତି ଚଳାଇଥାନ୍ତି, ସରକାରୀ ଚାକିରୀ ଖଣ୍ଡିଏ ପାଇବା ପାଇଁ ଏମାନେ ଲକ୍ଷ୍ୟ ରଖିଥାନ୍ତି । ସହରରେ ଥିବା ଘରୋଇ ମିନି ହଷ୍ଟେଲ ଗୁଡ଼ିକରେ ବାସ କରି ଏମାନେ ନିଜର ପାଠଭ୍ୟାସ ଜାରି ରଖିବା ଦେଖିବାକୁ ମିଳିଥାଏ ।ମାତ୍ର ବର୍ତମାନ କରୋନା ଯୋଗୁ ଏହି ଛାତ୍ରମାନେ ହଷ୍ଟେଲ ପରିତ୍ୟାଗ କରି ଘରମୁହାଁ ହୋଇ ସାରିଲେଣି!

- Advertisement -

ଗତ ଅପ୍ରେଲ ମାସରୁ ହଷ୍ଟେଲ ବନ୍ଦ ହେବା ଯୋଗୁ ସଂପୃକ୍ତ କର୍ତୃପକ୍ଷ ଅବା ବ୍ୟକ୍ତିଗତ ମାଲିକନାରେ ହଷ୍ଟେଲ ଚଳାଉଥିବା କିଛି ମାଲିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି ସହରର ସିଭିଲଟାଉନସିପ ଅଂଚଳର ଏକ ହଷ୍ଟେଲର ସତ୍ୱାଧିକାରୀ ଜିତେନ୍ଦ୍ର ରାଉତ । ଅପରପକ୍ଷରେ ହଷ୍ଟେଲ ଗୁଡ଼ିକ କରୋନା ପ୍ରଭାବରେ ବନ୍ଦ ହେବା କାରଣରୁ ଏଥିରେ କାର୍ୟ୍ୟରତ ବିଭିନ୍ନ କର୍ମଚାରୀ ଯେପରି ହଷ୍ଟେଲ ୱାର୍ଡନ(ପୁରୁଷ ଓ ମହିଳା),ରୋଷେଇଆ, ରୋଷେଇ ସହାୟକ ମାନଙ୍କୁ ଲାଗିଛି କରୋନା ଛାଟ! ହଷ୍ଟେଲରେ ପ୍ରତିଦିନ କାର୍ୟ୍ୟକରି ଯେଉଁ ଦରମା ମିଳୁଥିଲା, ସେଥିରେ ପରିବାର ଖର୍ଚ୍ଚ ଚାଲୁଥିଲା, ବର୍ତମାନ ହଷ୍ଟେଲ ବନ୍ଦ ଥିବାରୁ କାମ ମଧ୍ୟ ବନ୍ଦ ରହିଛି । ଯେନତେଣ ଭାବେ କୌଣସି କାର୍ୟ୍ୟ କରି ଦୁଇ ପଇସା ରୋଜଗାର ସନ୍ଧାନରେ ରହୁଛନ୍ତି ଏଭଳି ବ୍ୟକ୍ତି ମାନେ । ସେହିପରି ରାଉରକେଲାର ଜଗଦା ଅଂଚଳର ଏକ ହଷ୍ଟେଲରେ ରହି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଛାତ୍ର ରାଜାବାବୁ ସିଂ ପ୍ରକାଶ କରିଥିଲେ ଯେ, ହଷ୍ଟେଲରେ ରହି ସାଙ୍ଗସାଥୀଙ୍କ ସହ ପାଠ ପଢିବା ଦ୍ୱାରା ମନରେ ଏକ ପ୍ରତିଯୋଗିତା ମୂୂଳକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ମାତ୍ର ଏବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବା କାରଣରୁ ବିିଭିନ୍ନ ହଷ୍ଟେଲରେ ତାଲା ଝୁଲୁଛି । ଏଣୁ ଘରେ ରହି ଅନ୍‌ଲାଇନ ମାଧ୍ୟମରେ ଅଧ୍ୟୟନ ଜାରି ରଖିଛି । ଗୋଟିଏ ପଟେ ହଷ୍ଟେଲ ବନ୍ଦ ଯୋଗୁ ଛାତ୍ରଛାତ୍ରୀ ମିୟମ୍ରାଣ ହୋଇ ପଡ଼ିଥିବା ବେଳେ, ସାମୟିକ ଭାବେ ହଷ୍ଟେଲ ବନ୍ଦର ପରୋକ୍ଷ ପ୍ରଭାବ ହଷ୍ଟେଲ କର୍ତୃପକ୍ଷ, ପରିଚାଳନାକାରୀ ଓ ଏଥିରେ କାର୍ୟ୍ୟରତ କର୍ମଚାରୀ ମାନଙ୍କ ଉପରେ ନିଶ୍ଚିତ ଭାବରେ ପଡ଼ିଛି, ଯେଉଁଥିରେ ଦ୍ୱିମତ ନାହିଁ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories