ମଙ୍ଗଳବାର ରାଶିଫଳ(୦୪.୦୭.୨୦୨୩)

ମେଷ :  କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସ୍ବକର୍ମ ଆପଣଙ୍କୁ କ୍ଷମତାସୀନ କରିବ। ପ୍ରତିଯୋଗତାରେ କୃତିତ୍ବ ଅର୍ଜନ କରିବେ। ଶୁଭରଙ୍ଗ ଲାଲ୍‌ ଓ ଶୁଭ ସଂଖ୍ୟା ୯।

ବୃଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିରେ ସାମୟିକ ଭାବେ ଦୁର୍ବଳତା ଦେଖା ଦେଇପାରେ। ଭ୍ରାତୃ ସ୍ନେହ ଅଟଳ ରହିବ; ମାତ୍ର ସାହାଯ୍ୟ ଆଶା କରିବା ବୃଥା। ଶୁଭ ରଙ୍ଗ ଧଳା ଓ ଶୁଭ ସଂଖ୍ୟା ୨।

ମିଥୁନ : ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ରୁଚିକର ଭୋଜନ ମିଳିବ। ଶୁଭ ରଙ୍ଗ ଶାଗୁଆ, ଶୁଭ ସଂଖ୍ୟା ୫।

କର୍କଟ : ଭାଇଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ। ଶୁଭ ରଙ୍ଗ ଧଳା ଓ ଶୁଭ ସଂଖ୍ୟା ୨।

ସିଂହ : ଆଧ୍ୟାତ୍ମିକ ସଭାରେ ଯୋଗଦେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ରଙ୍ଗ ଗୋଲାପି ଓ ଶୁଭ ସଂଖ୍ୟା ୧।

କନ୍ୟା : ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ ​‌େ​‌କ୍ଷତ୍ର​‌ରେ ଭୁଲ ବୁଝାମଣା ଘଟିପାରେ; କିନ୍ତୁ ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ। ଶୁଭ ରଙ୍ଗ ଶାଗୁଆ ଓ ଶୁଭ ସଂଖ୍ୟା ୫।

ତୁଳା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ସକଳ ଗୁଣଯୁକ୍ତ ହେବେ। ଶୁଭ ରଙ୍ଗ ଧଳ ଓ ଶୁଭ ସଂଖ୍ୟା ୩।

ବିଛା : ଆୟ ବୃଦ୍ଧିର ସୂଚନା ମିଳୁଛି। ସଭାକର୍ମରେ ଧନ ବ୍ୟୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ବିବିଧ ଧନ ଯୁକ୍ତ ହୋଇପାରନ୍ତି। ଶୁଭ ରଙ୍ଗ ଲାଲ୍‌ ଓ ଶୁଭ ସଂଖ୍ୟା ୯।

ଧନୁ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଊଣା ହେବ ନାହିଁ। ବନ୍ଧୁ ଓ ସରକାରୀ ସହାୟତା ମିଳିପାରେ। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଶୁଭ ରଙ୍ଗ ହଳଦୀ ଓ ଶୁଭ ସଂଖ୍ୟା ୩।

ମକର : ଏକାନ୍ତରେ ସାଧନାରତ ହୋଇ ବହୁ ସୁଫଳର ଅଧିକାରୀ ହେବେ। ପରୋପକାରୀ ହେବେ। ମଧୁର କଥା କହି ପରକୁ ଆପଣାର କରିବେ। କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ଶୁଭରଙ୍ଗ କଳା ଓ ଶୁଭ ସଂଖ୍ୟା ୪।

କୁମ୍ଭ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତି ହୋଇପାରେ। ଶୁଭ ରଙ୍ଗ ଗାଢ଼ ନୀଳ ଓ ଶୁଭ ସଂଖ୍ୟା ୮।

ମୀନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ଦୃଢ଼ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମ ତତ୍ପରତା ପ୍ରକାଶ ପାଇବ। ସନ୍ତୋଷ ପ୍ରାପ୍ତ ହେବେ। ଶୁଭ ରଙ୍ଗ ହଳଦୀ ଓ ଶୁଭ ସଂଖ୍ୟା ୩।

Comments are closed.