ଶନିବାର ରାଶିଫଳ (୦୩/୦୯/୨୦୨୨)

ମେଷ : କାହାରି ଆଶ୍ରିତ ନ ହୋଇ ସ୍ବାଭିମାନର ସହ କର୍ମପଥରେ ଅଗ୍ରସର ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାହସର ସହ ବିପଦର ମୁକାବିକାଲ କରିବେ।

ବୃଷ : ଉତ୍ସର୍ଗୀକୃତ ଭାବନା ନେଇ ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ସୁଖବୋଧ ହେବ। ଅହଂଭାବ ବିଲୀନ ହେବ।

ମିଥୁନ : ମିତବ୍ୟୟୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ। ଜୀବନ ସମର୍ପିତ ହେବ। ସୁସ୍ଥ ରହିବେ। କଳକୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

କର୍କଟ : କର୍ମଚଞ୍ଚଳ ରହିବେ। ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିବ। ବ୍ୟବସାୟ ଲାଭଯୁକ୍ତ ହେବ। ତେଜୀୟାନ୍‌ ହେବେ।

ସିଂହ : କୃଷକଙ୍କ ପରାମର୍ଶଦାତା ହେବେ। ଉଦାର ପ୍ରକୃତିର ହେବେ। ସ୍ବକୀୟ ମୂଲ୍ୟବୋଧ ସିଦ୍ଧାନ୍ତକୁ ନେଇ ଆଗକୁ ବଢ଼ିପାରନ୍ତି। ଦାନଶୀଳ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି। ଯଶସ୍ବୀ ଓ କୀର୍ତ୍ତିମାନ୍‌ ହେବେ।

କନ୍ୟା : ଆପଣ ସାଧାରଣ ନୁହନ୍ତି; ଅସାଧାରଣ, ଯାହା ଶାଣିତ ସତ୍ୟ। ଈଶ୍ବରୀୟ ଚେତନାରେ ସଦା ସମୃଦ୍ଧ। ଭାଷା ମଧୁର, ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ସମ୍ମାନ ମିଳିବ।

prayash

ତୁଳା : ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ନିଜ ସ୍ବକର୍ମରୁ ନିଜେ ନିଜର ଭାଗ୍ୟନିୟନ୍ତା ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ।

ବିଛା :  ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସୁସ୍ବାଦୁ ଆହାର ସ୍ବାସ୍ଥ୍ୟପ୍ରଦ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସାମାନ୍ୟ ଅସୁସ୍ଥତା ଭୋଗିପାରନ୍ତି।

ଧନୁ : କର୍ମଚଞ୍ଚଳ ରହିବେ। ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ପ୍ରଜ୍ଞାଦୀପ୍ତ ଭାବ ନେଇ କର୍ମତତ୍ପର ହେବେ। ବ୍ୟାୟାଧିକର ସୂଚନା ମିଳୁଛି।

ମକର : ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରନ୍ତି। ଯଶସ୍ବୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୃପାରୁ ଧନଲାଭ ହେବ। ପତ୍ନୀ ସୁଶୀଳା ଓ ନିପୁଣା ହେବେ।

କୁମ୍ଭ : ସତ୍ୟ, ନ୍ୟାୟ, ଧର୍ମ, ପରୋପକାର ଓ ନୀତିନିଷ୍ଠ ଭାବ ଯୋଗଁୁ ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ। ଜ୍ଞାନର ପ୍ରଦୀପ ପ୍ରଜ୍ବଳିତ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାର୍ଦ୍ରଚିତ୍ତ ହେବେ। ମନ ପ୍ରସନ୍ନ ରହିବ।

ମୀନ : ଭାଗ୍ୟଶାଳୀ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପ୍ରତି ଆହ୍ବାନକୁ ଉତ୍କର୍ଷର ପାହାଚଭାବେ ଗ୍ରହଣ କରିପାରନ୍ତି। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।

kalyan agarbati

Comments are closed.