ମଙ୍ଗଳବାର ରାଶିଫଳ (୩୦/୦୮/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Aug 30, 2022 Share ମେଷ : ବ୍ୟବହାର ପ୍ରେମପୂର୍ଣ୍ଣ ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିସ୍ଥିତିରେ ପଡ଼ି ଶତ୍ରୁ ଶରଣାଗତ ହୋଇପାରେ। ଶାନ୍ତି ମିଳିବ। ବୃଷ : ଧନାଗମ ଧାରା ଅବ୍ୟାହତ ରହିବ। ଦିନଟି ମଙ୍ଗଳମୟ ହୋଇପାରେ। ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇ ପାରନ୍ତି। ଲେଖା ଶାସ୍ତ୍ରସମ୍ମତ ହେବ। ପତ୍ନୀ ପ୍ରେରଣାଦାୟୀ ହେବେ। ମିଥୁନ : କୃଷି କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ଉପଲବ୍ଧି କରିବେ। ବିଦ୍ୟାପ୍ରେମୀ ହେବେ। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। କର୍କଟ : ଆତ୍ମବିଶ୍ବାସୀ ହେବେ। ଆତ୍ମ ମୂଲ୍ୟାୟନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ଘଟାଇ ପାରନ୍ତି। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ସିଂହ : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନ, ଜନ, ଗୋପ, ଲକ୍ଷ୍ମୀ, ସବୁକିଛିର ଆଧାର ହୋଇପାରନ୍ତି। ନୀତିଶିକ୍ଷାର ଗନ୍ତାଘର ହେବେ। ଶିଶୁବତ୍ସଳତା ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ। ପତ୍ନୀ ସହାୟିକା ହେବେ। କନ୍ୟା : ବ୍ରହ୍ମବାଦୀ ହୋଇପାରନ୍ତି। ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିବାର ପ୍ରୟାସ ଜାରି ରଖିବେ। ସୁସ୍ବାଦୁ ଭୋଜନ ମାତ୍ରାଧିକ ହେଲେ ଅଗ୍ନିମାନ୍ଦ୍ୟର ଶିକାର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। Related Posts ବରଗଡ଼଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ… Jan 12, 2025 ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ… Jan 12, 2025 ତୁଳା : ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଜୀବନକୁ ମହତ୍ଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଛା : ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ଈପ୍ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନପିପାସୁ ହେବେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନୁ : ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଉଳମୟ କରିପାରନ୍ତି। ଦୟାଧର୍ମକୁ ସାଦରେ ଗ୍ରହଣକରି ତା’ର ଉପଯୁକ୍ତ ବିନିଯୋଗ କରିପାରନ୍ତି। ରାଜକୃପାରୁ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ମକର : ଭାଗ୍ୟାକାଶ ଉଳମୟ ହୋଇପାରେ। ଆଶାକୁ ଜୀବନର ଆଧାର କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କୁମ୍ଭ : ଅନବଦ୍ୟ ଶବ୍ଦ ତରଙ୍ଗ ସୃଷ୍ଟି କରିପାରନ୍ତି। ଜୀବନକୁ ସେବା କ୍ଷେତ୍ରରେ ସମର୍ପଣ କରିପାରନ୍ତି। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନ୍ୟମାନଙ୍କୁ ଅନୁବନ୍ଧିତ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ମୀନ : ଈଶ୍ବରୀୟ ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ବାକ୍ ସଂଯମତା ଦ୍ବାରା ପ୍ରାଣ ଶକ୍ତିକୁ ଉଦ୍ଜୀବିତ କରି ରଖିପାରିବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଯୋଗ ଦେଇପାରନ୍ତି। Share FacebookTwitterWhatsApp
Comments are closed.