ଶୁକ୍ରବାର ରାଶିଫଳ (୦୨/୦୯/୨୦୨୨)

ମେଷ : ସୁଖଦାୟକ ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଉଦ୍ୟମ ଜାରି ରଖିବେ। ପୁଷ୍ଟିକର ଭୋଜନର ବ୍ୟବସ୍ଥା କରିବାକୁ ପଡ଼ିବ। ଆନନ୍ଦ ଉପଭୋଗ କରିବେ।

ବୃଷ : ଆୟ ବୃଦ୍ଧିର ସୂଚନା ମିଳୁଛି। ଚାଲୁ ରହିଥିବା କାର୍ଯ୍ୟ ସରସ, ସୁନ୍ଦର ହେବ। ଋଣଭାର ଲାଘବ ହୋଇପାରେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ।

ମିଥୁନ : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ କଳାପରୁ ସମ୍ମାନାସ୍ପଦ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହେବେ।

କର୍କଟ : ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ଅଧିକାଂଶ ସମୟ କୃଷି କର୍ମରେ ଅତିବାହିତ ହୋଇପାରେ।

ସିଂହ : ମନ ପ୍ରସନ୍ନ ରହିବ। ସ୍ବଅର୍ଜନରେ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

କନ୍ୟା : ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ। ମତିମାନ୍‌ ହେବେ। ତ୍ୟାଗଶୀଳ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ହେବେ। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।

prayash

ତୁଳା : ଅର୍ଥ ସହିତ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ରୁଚିକର ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ରହିବେ।

ବିଛା : କର୍ମଚଞ୍ଚଳ ରହିବେ। ଏକାନ୍ତରେ ଚିନ୍ତାଶୀଳ ହୋଇ କର୍ମପନ୍ଥା ନିର୍ଣ୍ଣୟ କରିବେ। ଆବଶ୍ୟକତା ଦୃଷ୍ଟିରୁ ଅଧିକ ବ୍ୟୟ କରିପାରନ୍ତି। ମଧୁର କଥାରେ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି। ଚିନ୍ତା ବୃଦ୍ଧି ହେବ।

ଧନୁ : ମନ ପ୍ରସନ୍ନ ରହିବ। କାର୍ଯ୍ୟ ଫଳପ୍ରଦ ହେବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମକର : ଭଲ ଆୟ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

କୁମ୍ଭ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ସୁବିନିଯୋଗ କରି ଦଣ୍ଡ ବିଧାନ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

ମୀନ : ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସତର୍କତାର ସହ ଚଳିବାକୁ ପଡ଼ିବ। ସାମାନ୍ୟ ଅୁସୁସ୍ଥତା ଅନୁଭବ କରୁଥିଲେ ବି ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ଦକ୍ଷତା ପ୍ରତିପାଦନ କରିପାରନ୍ତି। ଜଳଯାତ୍ରାରୁ ବିରତ ରହିବକୁ ପଡ଼ିବ।

kalyan agarbati

Comments are closed.