ସୋମବାର ରାଶିଫଳ (୨୦ ନଭେମ୍ବର ୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Nov 20, 2023 Share ମେଷ : ନୀରୋଗ ରହିବେ। ମନ ପ୍ରସନ୍ନ ରହିବ। ବାଲ୍ୟାବସ୍ଥା କିମ୍ବା କୈଶୋର ଅବସ୍ଥା ହୋଇଥିଲେ ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି; ମାତ୍ର ଯୁବାବସ୍ଥାରେ ପୂର୍ଣ୍ଣ ସୁଖ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ : ସୁସ୍ଥ ଓ ନିରାମୟ ରହିବେ। ଭାଗଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଉଦର ଓ ଅଣ୍ଟା ବ୍ୟଥା ଅନୁଭବ କରିପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା ଓ ବିଦ୍ବାନ୍ ହେବେ। ମିଥୁନ : ରୋଗ ସୃଷ୍ଟି ହେବାର ସମ୍ଭାବନା ଅଛି। ବାଳକ, ବାଳିକାମାନଙ୍କର ନେତ୍ର ରୋଗ ଓ ପିତ୍ତଜନିତ ରୋଗ ଭୋଗ କରିବାର ସମ୍ଭାବନା ରହିଛି। ଅଶୁଭ ସୂଚନା ମିଳୁଥିବାରୁ ସତର୍କରେ ଚଳିବାକୁ ପଡ଼ିବ। କର୍କଟ : ବ୍ୟବସାୟ ଲାଭପ୍ରଦ ହେବ। ସମାଜସେବୀଭାବେ ଉଚ୍ଚ ସମ୍ମାନର ଅଧଧିକାରୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବାଳକ, ବାଳିକା, କିଶୋର ଓ କିଶୋରୀମାନେ ଗର୍ବୀ ହୋଇପାରନ୍ତି। ସିଂହ : ଭ୍ରାତୃଭାବ ନିବିଡ଼ତର ହେବ। ଭୋଜିଭାତରେ ଯୋଗ ଦେଇ ମାନ୍ଦାଗ୍ନି ଭୋଗ କରିପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ବାଲ୍ୟାବସ୍ଥାର ହୋଇଥିଲେ ଉଦର ବ୍ୟଥାରେ ପଡ଼ି ପ୍ରତିକାର ଲୋଡ଼ି ପାରନ୍ତି। କନ୍ୟା : ମନ୍ତ୍ର, ତନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ଓ ତେଜସ୍ବୀ ହେବେ। ପତ୍ନୀ ଆଜ୍ଞାକାରିଣୀ ହୋଇପାରନ୍ତି। ବାଳକ/ବାଳିକାମାନେ ଲାଜକୁଳି ହୋଇପାରନ୍ତି। Related Posts ୪ଟି ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ Nov 22, 2024 ପାରିବାରିକ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ, ବଡ… Nov 22, 2024 ତୁଳା : ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି। କୃଷି କର୍ମକାରୀ ଓ ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବାଲ୍ୟକାଳ ସୁଖପ୍ରଦ ହେବ। ବୟସାଧିକ ଯୋଗୁଁ ସାମୟିକ ଅସୁସ୍ଥତା ଅନୁଭବ କରିବେ। ବିଛା : ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହେବେ। ବାଲ୍ୟାବସ୍ଥାରେ ଥଣ୍ଡାକଫଜନିତ କ୍ଲେଶ ଭୋଗ କରିପାରନ୍ତି। ସର୍ବତ୍ର ବିଜୟୀ ହେବେ। ଅଧିକ ରୋଜଗାର ପାଇଁ ବିଦେଶ ଗମନ କରିବେ। ଧନୁ : ଭାଗ୍ୟଶାଳୀ ହୋଇପାରନ୍ତି। ବାଳକ, ବାଳିକା ଓ କିଶୋର, କିଶୋରୀମାନେ ଯୁବାବସ୍ଥାକୁ ଆସିଲେ ଚର୍ମ ରୋଗରୁ ମୁକ୍ତ ହୋଇ ସୁନ୍ଦର ସ୍ବାସ୍ଥ୍ୟ ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମକର : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ସହ ଧନ ଲାଭ ହୋଇପାରେ। ବ୍ୟବସାୟମୁଖୀ ହୋଇପାରନ୍ତି । ବାଳକ, ବାଳିକା ଓ କିଶୋର, କିଶୋରୀମାନେ ସ୍ମରଣ ଶକ୍ତିହୀନ ହୋଇପାରନ୍ତି। କୁମ୍ଭ : କର୍ମଚଞ୍ଚଳ ରହିବେ। ନିରୋଳା ସ୍ଥାନରେ ସମୟ ବିତାଇବାକୁ ଇଚ୍ଛା କରିବେ। ଯୁବାବସ୍ଥାରେ କ୍ରୋଧୀ ହୋଇପାରନ୍ତି। ସ୍ବାସ୍ଥ୍ୟ ନିମିତ୍ତ ହାନିପ୍ରଦ ହୋଇପାରେ। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ମୀନ : ଦିନଟି ମଙ୍ଗଳମୟ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହୋଇଥିବାରୁ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁଖୀ ହେବେ। Share FacebookTwitterWhatsApp
Comments are closed.