ଗୁରୁବାର ରାଶିଫଳ (୦୧/୦୯/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Sep 1, 2022 Share ମେଷ : ବ୍ୟବସାୟ ଲାଭଜନକ ହେବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଧୈର୍ଯ୍ୟବାନ୍ ହେବେ। ଅସୁସ୍ଥ ପତ୍ନୀଙ୍କ ବିରାଗଭାଜନ ହୋଇପାରନ୍ତି। ଅହଂଭାବକୁ ବିସର୍ଜନ ଦେଇ ଆଶ୍ବସ୍ତ ହେବେ। ବୃଷ : ବାହ୍ୟ ଖର୍ଚ୍ଚ ନିୟନ୍ତ୍ରଣାଧୀନ ହେବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। କୌଶଳରେ ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ମିଥୁନ : କର୍ମ ଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ। କର୍କଟ : ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିବ। ସିଂହ : ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁର ଭାଷୀ ହେବେ। ଥଣ୍ଡାକଫ ରୋଗରେ ପୀଡ଼ିତ ହୋଇପାରନ୍ତି। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ। କନ୍ୟା : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସହାୟତା ମିଳିବ। ବିବିଧ ଉପାୟରେ ଧନ ଅର୍ଜନ କରିବେ। Related Posts ବରଗଡ଼଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ… Jan 12, 2025 ବରଗଡ଼଼ ଓ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ… Jan 12, 2025 ତୁଳା : ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ବିଦ୍ବାନ ଓ ଶାସ୍ତ୍ରଜ୍ଞ ହେବେ। ବିଛା : କର୍ମଚଞ୍ଚଳ ରହିବେ। ଥଣ୍ଡାଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର ଓ ପ୍ରେମପୂର୍ଣ୍ଣ ବ୍ୟବହାର ମହାନତାର ପରିଚୟ ସୃଷ୍ଟି କରିବେ। ଧର୍ମ ମାର୍ଗରେ ଧନ ବ୍ୟୟ କରିବେ। ଧନୁ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅନୁଦାନ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମକର : କୁଳ ଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ। ପରିବାର ପ୍ରତି ସ୍ନେହ ଭାବ ରହିବ। କୁମ୍ଭ : ଭାଗ୍ୟଶାଳୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାନଶୀଳ ଭାବେ ଭୋକିଲାଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ମୀନ : ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ। ଥଣ୍ଡାକଫରେ ପୀଡ଼ିତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। Share FacebookTwitterWhatsApp
Comments are closed.