ଗୁରୁବାର ରାଶିଫଳ (୧୯.୧୦.୨୦୨୩)

ମେଷ : ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେବାର ସୂଚନା ମିଳୁଛି। ଧନ ଥାଇ ବି ଚିକିତ୍ସା ସୁଯୋଗ ମିଳି ନ ପାରେ। ରିଷ୍ଟ ଖଣ୍ଡନ ପାଇଁ ଦାନଧର୍ମରେ ଦୀକ୍ଷିତ ହେବେ।

ବୃଷ :  ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

ମିଥୁନ : ଦୂର ଯାତ୍ରା ଶୁଭଦାୟକ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ମନ ପ୍ରଫୁଲ୍ଲ ରହିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

କର୍କଟ : ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବ୍ୟବହାର କୁଶଳତା ଆପଣଙ୍କୁ ଉଚ୍ଚାସନ ଦେଇପାରେ। ବିଦ୍ୟାଭ୍ୟାସୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।

ସିଂହ : ଉପୁଜିଥିବା ସମସ୍ୟାର ସୁସମାଧାନ କରି ଆତ୍ମସନ୍ତୋଷ ଲାଭ କରିବେ। ଆପଣଙ୍କ ପାଇଁ ଆଜିର ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

କନ୍ୟା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ଶାନ୍ତିପ୍ରଦ ହେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିିଳିପାରେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସୁଖୀ ହେବେ।

ତୁଳା : ବ୍ୟବସାୟରେ ଢେର ଉନ୍ନତି ଘଟିବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ତ୍ୟାଗପୂତ ଜୀବନ ଅତିବାହିତ କରିପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ ହେବ। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ଓ ପ୍ରିୟଭାଷୀ ହେବେ।

ବିଛା : ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

ଧନୁ : ମଧ୍ୟମ ଧରଣର ଶୁଭଫଳ ମିଳିପାରେ। ସୁଖୀ ହେବେ। ସମ୍ମାନିତ ହେବେ। କେତେକ କାର୍ଯ୍ୟରେ ବାଧା ଉପୁଜିପାରେ। ମଧୁର କଥା, ସଦ୍‌ ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଧର୍ମ ଅର୍ଜନ କରିବେ।

ମକର : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ସରକାରୀ ଓ ବେସରକାରୀ ସ୍ତରରୁ ଧନ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

କୁମ୍ଭ : ପ୍ରଭାବ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବାସଗୃହ ପରିବେଶ ଉତ୍ତମ ମାନର ହେବ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନ ପ୍ରାପ୍ତ ହେବେ। ଗୁଣଜ୍ଞ ହେବେ।

ମୀନ : ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପତ୍ନୀଙ୍କ ସହଯୋଗ ଉପାଦେୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.