www.samajalive.in
Friday, December 12, 2025
15.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୪.୦୨.୨୦୨୩)

ମେଷ :  ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ସ୍ବାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ। ସାରାଦିନ ସତର୍କରେ ଚଳିବେ।

ବୃଷ : ସମ୍ବେଦନା ସହିତ ଯୋଡ଼ି ହେଲେ ସେବା ଭାବନା ସାର୍ଥକ ହେବ। ଗୃହସ୍ଥ ଧର୍ମରେ ପତ୍ନୀ ଉନ୍ମୁଖ ଥିବାରୁ ଆପଣଙ୍କ ଶୀତଳ ସ୍ପର୍ଶ ତାଙ୍କ ପାଇଁ ସୁଖଦାୟକ ହୋଇପାରେ। ସମାଜସେବୀଭାବେ ସମ୍ମାନିତ ହେବେ।

ମିଥୁନ : ଅବ୍ୟବସ୍ଥାର ସମ୍ମୁଖୀନ ହୋଇ ସୀମିତ ଖର୍ଚ୍ଚରେ ଗୁଜୁରାଣ ମେଣ୍ଟାଇ ପାରନ୍ତି। ସରଳ, ନିରୀହ, ନିରଳସ ବ୍ୟକ୍ତିବିଶେଷର ପରିଚୟ ସୃଷ୍ଟି କରିପାରନ୍ତି। ଚାକିରି କ୍ଷେତ୍ରରେ ବହୁ ସୁନାମ​ରେ‌ ଜଡ଼ିତ ହୋଇପାରନ୍ତି। ବାଣି​ଜ୍ୟେ‌ ଲାଭ।

କର୍କଟ : ସାହସୀ, ପ୍ରବାସୀ, ନ୍ୟାୟବାନ୍‌ ହେବା ସହିତ କ୍ରୋଧୀ, କଟୁଭାଷୀ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଅସମ୍ଭବକୁ ସମ୍ଭବ କରିବାରେ ପାରଙ୍ଗମ ହେବେ। ପତ୍ନୀଙ୍କ ପ୍ରେରଣାରୁ ଶୀର୍ଷାସନ ମିଳିବ। କାବ୍ୟକର୍ତ୍ତା ହେବେ।

ସିଂହ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷକ ବନ୍ଧୁ ଓ ଶିଶୁବତ୍ସଳ ଭାବେ ଜାତୀୟ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଭାଷା ଅମୃତ ଆସ୍ବାଦନ ତୁଲ୍ୟ ହୋଇପାରେ। ବୁଝାମଣାରେ ଭୁଲ ଥିଲେ କ୍ଷମା ଆଚରି ପାରନ୍ତି।

କନ୍ୟା : ଜୀବଜଗତ ଓ ଉଦ୍ଭିଦଜଗତ ପାଇଁ ସ୍ନେହାନୁବନ୍ଧିତ ହୋଇପାରନ୍ତି। ଉଦ୍‌ଯୋଗ ନିତ୍ୟାଭ୍ୟାସ ଦ୍ବାରା ଉପୁଜିଥିବା ଆଳସ୍ୟକୁ ଦୂର କରି ପାରନ୍ତି। ରୁଚିକର ଭୋଜନ ମିଳିବ। ଈଶ୍ବରୀୟ ଚେତନାରେ ପ୍ରଲୁବ୍ଧ ହୋଇପାରନ୍ତି।

ତୁଳା : ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ଦୈବୀ ବଳରେ ବଳୀୟାନ ହେବେ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ବାଣିଜ୍ୟ କାରବାରରୁ ଧନରାଶି ଭଣ୍ଡାର ପରିପୂର୍ଣ୍ଣ କରିଦେଇପାରେ।

ବିଛା : ଖାଇ, ଖୁଆଇ ଆନନ୍ଦ ଉତ୍ସବରେ ନିଜକୁ ହଜାଇ ଶେଷରେ ସମ୍ମାନିତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ବାସ୍ଥ୍ୟ ଉପଯୋଗୀ ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ଗଗନସ୍ପର୍ଶୀ ହୋଇପାରେ। ସୁଖୀ ହେବେ।

ଧନୁ : ସତ୍‌ପରାୟଣ ହେବେ। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ, ଗରିମାମୟ ହେବ ଓ ଆପଣଙ୍କ ଜୀବନ ସତ୍ତାକୁ ଉଦ୍‌ଜୀବିତ କରି ରଖିବ। ସିଦ୍ଧିପ୍ରାପ୍ତ ପାଇଁ ଦେବାତ୍ମା ଗିରିରାଜ ହିମାଳୟଙ୍କ ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ।

ମକର : ପରିବାରରୂପୀ ସଂସ୍କାରଶାଳାକୁ ପାଥେୟ କରି ଜୀବନ ଜୀବିକାରେ ଅନୁପ୍ରାଣିତ ହେଲେ ଉଚ୍ଚ ସମ୍ମାନର ପାତ୍ର ହୋଇପାରନ୍ତି। କରିତ୍‌କର୍ମା ବ୍ୟକ୍ତିଭାବେ ନିଜ ଗୋଷ୍ଠୀର ପରାମର୍ଶଦାତା ହେବେ।

କୁମ୍ଭ : ଅନ୍ତଃକରଣ ସ୍ବଚ୍ଛ ଓ ଶୁଦ୍ଧ ରଖି ନିଜର ଜ୍ଞାନ ଚକ୍ଷୁକୁ ଉନ୍ମିଳନ କରି ରଖିଛନ୍ତି। ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି, ଆପଣଙ୍କ ମୁଖ ନିଃସୃତ ହୋଇ ସାହିତ୍ୟ ଜଗତକୁ ଦିଗ୍‌ଦର୍ଶନ ଦେଉଛି। ଜ୍ଞାନପ୍ରଦୀପ ଜଳାଇ ରଖିବେ।

ମୀନ : ଭାଗ୍ୟ ବଳରେ ବଳୀୟାନ ହୋଇପାରନ୍ତି। ଜ୍ଞାନର ଆବେଗକୁ ବ୍ୟକ୍ତ କଲେ ସ୍ପଷ୍ଟବାଦୀ ହେବେ। ସତ୍‌ଚେତନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ପରିସ୍ଫୁଟ ହେବ। କର୍ମକ୍ଷେତ୍ରରେ ସହଯୋଗ ମିଳିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories