ସୋମବାର ରାଶିଫଳ ( ୦୬/୦୮/୨୦୨୧)

ମେଷ : ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ପୁଣ୍ୟ ଅର୍ଜନ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ଚତୁର ଓ ନୀତିନିଷ୍ଠ ହୋଇପାରନ୍ତି। ଦ୍ବିଜା ନକ୍ଷତ୍ରର ସାମାନ୍ୟ ଶୁଭଫଳ ପ୍ରାପ୍ତ ହୋଇପାରେ।

ବୃଷ : ରୋହିଣୀ ଓ କୃର୍ତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଧର୍ମକ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହେବେ। ମୃଗଶିରା ନକ୍ଷତ୍ର ସତର୍କ ରହିବେ।

ମିଥୁନ : କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଏଥିସହିତ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଯାନବାହନ ଯୁକ୍ତ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ମୁର୍ଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ ଯୋଗ ଅଛି।

କର୍କଟ : ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ପାପ ଗ୍ରହଙ୍କ ଏକାଦଶ ଭାବ ହେତୁ ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅଶ୍ଲେଷା ଓ ପୁନର୍ବସୁଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବ।

ସିଂହ : ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆୟ ଯଥେଷ୍ଟ ପରିମାଣର ହେବ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପୁର୍ବାଫାଲ୍‌ଗୁନୀଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ।

କନ୍ୟା : ଉତ୍ତରା ଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ଧର୍ମପ୍ରିୟ ହେବେ। ଦେବ-ବ୍ରାହ୍ମଣ ପ୍ରୀତ୍ୟାର୍ଥେ ଧନ ବ୍ୟୟ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଅଶାନ୍ତି ଲଭିପାରନ୍ତି।​‌

ତୁଳା : ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ତେଜୀୟାନ୍‌ ହେବେ। ନୀତିନିଷ୍ଠ ହେବେ। କଲ୍ୟାଣମୂଳକ କାର୍ଯ୍ୟକରି ଲୋକପ୍ରିୟ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ଶତକଡ଼ା ଶହେଭାଗ ସଫଳତା ମିଳିବ। ଚିତ୍ର ଓ ବିଶାଖାର ସାମାନ୍ୟ ଶୁଭ ଫଳ ଯୋଗ ଅଛି।

ବିଛା : ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଜୀବନ ସଂଗ୍ରାମରେ ଶୀର୍ଷ ସ୍ଥାନ ଅଧିକାର କରିପାରନ୍ତି। ମଧୁର କଥା କହି ସମ୍ପର୍କ ଦୃଢ଼ କରିବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ ପ୍ରାପ୍ତ ଯୋଗ ଅଛି।

ଧନୁ : ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ସତ୍ୟାନୁରାଗୀ ହେବେ। ସର୍ବଦା ପୁଣ୍ୟ ଅର୍ଜନ ପାଇଁ ଚେଷ୍ଟିତ ହେବେ। ଶାସ୍ତ୍ର ଉପଦେଶ ମାନିବେ। ଭାବମୂର୍ତ୍ତି ନିର୍ମଳ ରଖିବେ। ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।

ମକର : ଶ୍ରବଣା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସତର୍କତାର ସହ ଚଳିବାକୁ ପଡ଼ିବ।

କୁମ୍ଭ : ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ମନରେ ସେବାଭାବ ରହିବ। ଦୟାର୍ଦ ଚିତ୍ତ ହୋଇପାରନ୍ତି। ନିଜ ଜିଦ୍‌ରେ ଅଟଳ ହେଲେ ଶୁଭଫଳ ମିଳିବ। ଉପଦେଷ୍ଟାଙ୍କୁ ସ୍ବୀକୃତି ଦେବେ। ଧନିଷ୍ଠା ଓ ପୂର୍ବାଭାଦ୍ରଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।

ମୀନ : ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବାରେ ସକ୍ଷମ ହେବେ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବାଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ପ୍ରାପ୍ତ ଯୋଗ ଅଛି।

Comments are closed.