www.samajalive.in
Saturday, December 6, 2025
19.1 C
Bhubaneswar

ଶରୀରରୁ ଭାତୁଡ଼ି ହଟାଇବାର ଘରୋଇ ଉପାୟ

ଶରୀରରେ ଭାତୁଡ଼ି ହେଲେ ଏହା ଶରୀରକୁ ଅସୁନ୍ଦର କରିଦିଏ। ଏହାକୁ ହଟାଇବାକୁ ଲୋକେ ଅନେକ ଉପଚାର କରିଥାଆନ୍ତି। ଶେଷରେ ସବୁ ଉପଚାରରେ ବିଫଳ ହୋଇ ଅନେକ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର କରି ଏହାକୁ ଶରୀରରୁ ହଟାଇ ଥାଆନ୍ତି। ତେବେ ଏପରି କିଛି ଘରୋଇ ଉପାୟ ଅଛି ଯାହା ପ୍ରାକୃତିକ ଭାବେ ଶରୀରରୁ ଭାତୁଡ଼ି ହଟାଇବାରେ ଆପଣଙ୍କୁ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଭାତୁଡ଼ି ସମସ୍ୟାରୁ ମୁକ୍ତି ପାଇବାର ଘରୋଇ ଉପାୟ ବିଷୟରେ –

ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଘଷନ୍ତୁ। ଏପରି କିଛି ସପ୍ତାହ ଲଗାତର କରନ୍ତୁ।

- Advertisement -

ଲେମ୍ବୁରସ: ଭାତୁଡ଼ି ହୋଇଥିବା ସ୍ଥାନରେ ଲେମ୍ବୁରସ ଲଗାଇଲେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ଆଳୁରସ: ଭାତୁଡ଼ି ହଟାଇବା ପାଇଁ ଆଳୁରସ ଏକ ଭଲ ବିକଳ୍ପ। ରାତିସାରା ଆଳୁରସକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାଇ ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ଧୋଇଦିଅନ୍ତୁ। ଖୁବ୍‌ଶୀଘ୍ର ସୁଫଳ ମିଳିବ।

ବେକିଂ ସୋଡ଼ା: ତ୍ୱଚା ସମସ୍ୟା ପାଇଁ ବେକିଂ ସୋଡ଼ାର ବ୍ୟବହାର ଖୁବ୍‌ ଲାଭଦାୟକ। ଜଡ଼ାତେଲରେ ବେକିଂ ସୋଡ଼ା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories