www.samajalive.in
Monday, December 8, 2025
13.1 C
Bhubaneswar

ମା’ ବିରଜାଙ୍କ ପୀଠରେ ରଂଗର ପର୍ବ ହୋଲି

ଯାଜପୁର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି। ଦୋଳ ପୂର୍ଣ୍ଣମାରେ ରଂଗର ପର୍ବ ହୋଲି ଖେଳାଯାଇଥାଏ। ଆସନ୍ତାକାଲି ସାରା ଦେଶରେ ହୋଲି ଖେଳ ହେବାକୁ ଥିବା ବେଳେ ଯାଜପୁରର କେତେକ ଅଂଚଳରେ ଆଜି ଠାରୁ ଏହି ହୋଲି ଆରମ୍ଭ ହୋଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ଏହି ହୋଲି ପର୍ବ ଆଜି ପାଳନ ହୋଇଥାଏ। ଚଳିତ ବର୍ଷ ବିଦେଶୀ ରଂଗ ବଦଳରେ କେବଳ ଅବିରରେ ହୋଲି ଖେଳିଛନ୍ତି ଯାଜପୁରବାସୀ। ପରସ୍ପରକୁ ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇ ମିଠା ଖୁଆଇ ହୋଲି ପର୍ବ ପାଳନ କରିଛନ୍ତି ସମସ୍ତେ। କେକେକ ସ୍ଥାନରେ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଛି। ଏହି ହୋଲି ପର୍ବରେ ଛୋଟ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି ଏହି ରଂଗର ପର୍ବରେ। ଚଳିତ ବର୍ଷ କୋରୋନାର ପ୍ରଭାବ ଯୋଗୁଁ ଅନେକ ହୋଲି ଖେଳରୁ ଦୂରେଇ ରହିଛନ୍ତି। ବିଦେଶୀ ରଂଗ ବଦଳରେ ଅବିର ବ୍ୟବହାର ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।ଅବଦଲପୁର ଅଂଚଳରେ ଏକ ନିଆରା ଢ଼ଙ୍ଗରେ ଏହି ହୋଲି ପର୍ବ ପାଳନ କରାଯାଇଛି। ହୋଲିରେ କୌଣସି ରଂଗ ବ୍ୟବହାର ନ କରି ଚନ୍ଦନର ବ୍ୟବହାର ହୋଇଛି। ପରସ୍ପରକୁ ଗୋଲାପ ପୁଂଲ ଦେଇ ମିଠା ଖୁଆଇ ହୋଲି ର ଅଭିନନ୍ଦନ ଜଣାଯାଇଛି। ଏଥିସହିତ ଗୁପଚୁପ, ଚାର୍ଟ ଖାଇ ସମସ୍ତେ ହୋଲି ମଜା ଉଠାଉଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories