ହୋଲି ପରେ ଅଘଟଣ , ବଲାଙ୍ଗୀରରେ ପାଣିରେ ବୁଡି ନାବାଳକ ମୃତ, ନିଶ୍ଚିନ୍ତକୋଇଲିରେ ପାଣିରେ ବୁଡି ଯୁବକ ନିଖୋଜ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ): ହୋଲି ଖେଳ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ବଲଙ୍ଗୀର ବେଲପଡା ମଣ୍ଡାପରା ଗାଁରେ ଜଣେ ନାବାଳକ ରଙ୍ଗ ଖେଳି ସାରିବା ପରେ ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ । କରନ୍‌ ପାଣି ନାମକ ଏହି ନାବାଳକ ଜଣଙ୍କ ଗାଧୋଇବା ସମୟରେ ବୁଡିଯାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲ ବରପଡା ନାଗାମଠ ନିକଟରେ ହୋଲି ଖେଳିସାରି ନଦୀରେ ଗାଧୋଉଥିବ ବେଳେ ଯୁବକ ନିଖୋଜ । ରାଜକିଶୋର ସେନାପତି ନାମକ ଯୁବକ ଚିତ୍ରୋପଳାରେ ବୁଡିଯାଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

Comments are closed.