www.samajalive.in
Monday, December 8, 2025
13.1 C
Bhubaneswar

ଭାଷା ଆନ୍ଦୋଳନ ପାଇଁ ହୋ ସମାଜ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା 

ପାଟଣା : ଆସନ୍ତା ୧୪ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତରଠାରେ ହୋ ଭାଷାକୁ ସମ୍ବିଧାନର  ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ଆନ୍ଦୋଳନ ଡାକରା ଦିଆଯାଇଛି।  ଏନେଇ ଆଜି ଘଟଗାଁ ବ୍ଲକ ହୋ ସମାଜ ପ୍ରତିନିଧି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।  ଏହି ଅବସରରେ ହୋ ସମାଜ ପକ୍ଷରୁ ତାଙ୍କୁ ବନ୍ଦାପନା କରି ପାରମ୍ପରିକ ନୃତ୍ୟରେ ବିଦାୟ ଦିଆଯାଇଛି । ଘଟଗାଁ ବ୍ଲକ ବିର୍ସା ମୁଣ୍ଡା ମାର୍ଶାଲ ହୋ ଆକଳା ପକ୍ଷରୁ ହୋ ସମାଜ ଉପଦେଷ୍ଟା ପାଣ୍ଡବ ଚାତମା, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ରାମ ହେମ୍ବ୍ରମ, ନାରାୟଣ ପୁର୍ତ୍ତୀ ଓ ରାମରାୟ ମୁନ୍ଦିଆ, ପ୍ରହଲ୍ଲାଦ ଗାଗରାଇ, ଗୈାରାଙ୍ଗ ମୁଣ୍ଡା, ଲାଲମୋହନ ମୁଣ୍ଡା, ସାଲୁକା ମୁଣ୍ଡା ପ୍ରମୁଖ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories