www.samajalive.in
Thursday, December 11, 2025
18.1 C
Bhubaneswar

ହିରାକୁଦ ଜଳଭଣ୍ଡାର ଜମିରେ କାରଖାନା ର ବିଷାକ୍ତ ପାଉଁଶ ଡମ୍ପିଂ ; ଏସଡିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଲେ ଅଧିକ୍ଷଣଯନ୍ତ୍ରୀ

ରେଙ୍ଗାଲି: ହିରାକୁଦ ନଦୀ ବନ୍ଧ ଯୋଜନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଉପରେ ପଣ୍ଡଲୋଇ ଠାରେ ପ୍ରତିଷ୍ଠିତ ଶ୍ୟାମ୍ ମେଟାଲିକ୍ସ କାରଖନା କର୍ତ୍ତୃପକ୍ଷ ଜବର ଦଖଲ କରି ଟିଣ ଚାଦର ଦେଇ ଘେରାବନ୍ଦି କରି କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ କରୁଥିବା ନେଇ ସ୍ଥାନିୟ ଜନ ସାଧାରଣରେ ଅଭିଯୋଗ ଏବଂ ଚଚ୍ଚା ହେଉଛି। ହିରାକୁଦ ଜଳ ଭଣ୍ଡାର ତଟବର୍ତ୍ତି ଅଞ୍ଚଳ ରେ ପୁର୍ନବସତି ସ୍ଥାପନ କରିଥିବା ଗ୍ରାମର ଚାଷୀ ମରୁଡି ସମୟରେ ଚାଷକୁ ବଞ୍ଚାଇବା ପାଇଁ ପମ୍ପସେଟ୍ ଲଗାଇ ଚାଷ ଜମିରେ ପାଣି ମଡାଇଲେ ଜଳ ସମ୍ପଦ ବିଭାଗ ପମ୍ପସେଟ୍ ଜବତ କରି ସଂପୃକ୍ତ ଚାଷୀ ନାଁରେ ମାମଲା ଋଜ୍ଜୁ କରି ଜୋରିମାନା ଅଦାୟ କରୁଛି। ପକ୍ଷୀ ମାରିଲେ କାର୍ଯ୍ୟାନୁଷ୍ଠାନ। ମାଛ ମାରିଲେ କାର୍ଯ୍ୟାନୁଷ୍ଟାନ। କିନ୍ତୁ କମ୍ପାନୀ ବେଧଡକରେ ଜଳ ଭଣ୍ଡାର ଜମିକୁ କବ୍ଜା କରି ବାଉଣ୍ଡ୍ରି ଦେଇ ଅହରହ କାରଳଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ମିଶ୍ରିତ ବର୍ଜ୍ୟ ପାଉଁଶ ଡମ୍ପିଂ କରୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଧ୍ରୁତରାଷ୍ଟ୍ର ଭଲି ନୀରବ ଦ୍ରଷ୍ଟା କାହିଁକି ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେଉଛି। ପ୍ରଶାସନ ମଧ୍ୟ ଚୁପ୍ କାହିଁକି ବୋଲି ପ୍ରଶ୍ନ ହେଉଛି। ନଦୀବନ୍ଧ ପାଇଁ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ପରିବାର ବର୍ଗଙ୍କ ପାଇଁ ମରୁଡି ସମୟରେ ଜଳ ଭଣ୍ଡାରର ପାଣି ନେଇ ଚାଷ ଜମିରେ ଲଗାଇବା ମନା ଥିବା ବେଳେ କାରଖାନାର ପାଉଁ ଡମ୍ପିଂ ହେଉଥିବା ବେଳେ ଆଇନ୍ ଗାଢ ନିଦ୍ରାରେ କାହିଁକି ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି। କାରଖାନାରୁ ନିର୍ଗତ ବର୍ଜ୍ୟ ପାଉଁଶ ଜଳ ଭଣ୍ଡାରରେ ଡମ୍ପିଂ ହେବା ଦ୍ୱାରା ଜଳ ପ୍ରଦୁଷିତ ହୋଇ ଜଳ ଭଣ୍ଡାରରେ ଥିବା ମାଛ ଏବଂ ଅନ୍ୟ ଜଳଚର ଜୀବ ମାନଙ୍କ ଉପରେଏହାର କୁପ୍ରଭାବ ପଡିବା ନିଶ୍ଚିତ ଅଟେ। ସୂଚିତ ଏହି ଜଳ ଭଣ୍ଡାରରୁ ମାଛ ମାରି ସମ୍ବଲପୁର.ବରଗଡ, ଝାରସୁଗୁଡା ଆଦି ଜିଲ୍ଲା ର ଅସଂଖ୍ୟ ମତ୍ସ୍ୟଜୀବି ପରିବାର ଜୀବନ ଜୀବକା ନିର୍ବାହ କରିଥାନ୍ତି। କାରଖାନାର ବର୍ଜ୍ୟ ପାଉଁଶ ଜଳ ଭଣ୍ଡାର ରେ ଡମ୍ପିଂ ହେବା ଦ୍ୱାରା ଜଳ ପ୍ରଦୁଷିତ ହୋଇ ମାଛ ବଂଶ ବୃଦ୍ଧି ରେ ପ୍ରତିବନ୍ଧକ ହେବା ସହିତ କୃତ୍ରିମ ପାଉଁଶ ପାହାଡ ତିଆରି ହୋଇ ଜଳ ଭଣ୍ଡାର ର ଜଳ ଧାରଣ କ୍ଷମତା ହ୍ରାସ ପାଇବ ବୋଲି ବିଭିନ୍ନ ମହଲ ରେ ଆଶଙ୍କା ପ୍ରକାଶ ପାଉଛି।

ତେବେ ଏସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ନିରାକାର ବିଶିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜଳ ଭଣ୍ଡାର ଜମିରେ ପାଉଁଶ ଡମ୍ପିଂ କରାଯାଉଥିବା ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଏସଡିଓ ଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଥିଲେ।
ଅପରପକ୍ଷରେ ପାଉଁଶ ଡମ୍ପିଂ ସଂକ୍ରାନ୍ତରେ ଶ୍ୟାମ ମେଟାଲିକ୍ସର ବରିଷ୍ଠ ଅଧିକାରୀ ଆର.କେ.ସିଂ ଏବଂ ମନୋଜ କୁମାର ପଣ୍ଡାଙ୍କୁ ପଚରା ଯିବାରୁ ଆର.କେ ସିଂ ଆମେ ହୀରାକୁଦ ଜଳ ଭଣ୍ଡାର ଜମି ରେ ପାଉଁଶ ଡମ୍ପିଂ କରୁନାହୁଁ ବୋଲି ଅଭିଯୋଗ କୁ ଅସ୍ୱୀକାର କରିଥିବା ବେଳେ ମନୋଜ କୁମାର ପଣ୍ଡା ଆମେ କାହିଁକି ହୀରାକୁଦ ଜଳଭଣ୍ଡାର ଜମିରେ ପାଉଁଶ ଡମ୍ପିଂ କରିବୁ ବୋଲି ପ୍ରଶ୍ନ କରି ଜଳ ଭଣ୍ଡାର ଜମିରେ ପାଉଁଶ ଡମ୍ପିଂ ଅଭିଯୋଗ କୁ ଅସ୍ୱୀକାର କରିଥିଲେ। କାରଖାନାର ବରିଷ୍ଠ ଅଧିକାରୀ ଜଳଭଣ୍ଡାର ଜମିରେ କାରଖାନାର ପାଉଁଶ ଡମ୍ପିଂକୁ ଅସ୍ୱୀକାର କରିଥିବା ପରିପ୍ରେକ୍ଷୀରେ ଜଳ ଭଣ୍ଡାର ଜମିରେ ପାଉଁଶ ଡମ୍ପିଂ କିଏ କରୁଛି ଏହାର ସତ୍ୟାସତ୍ୟ ଜଳ ସମ୍ପଦ ବିଭାଗ ଏସଡିଓଙ୍କ ତଦନ୍ତ ରିପୋର୍ଟ ରୁ ସ୍ପଷ୍ଟ ହୋଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories