ରେଙ୍ଗାଲି: ଆଜି କୋପ୍ଟା ଅଭିଯାନ ମାଧ୍ୟମ ରେ ଖାଦ୍ୟ, ଡ୍ରଗ୍ସ, ଅବକାରୀ ଏବଂ ପୁଳିସ ବିଭାଗ ପକ୍ଷରୁ ରେଙ୍ଗାଲି ଓ ଠେଲକୋଲୋଇ ଥାନା ଅଞ୍ଚଳରେ ବେଆଇନ୍ ଭାବରେ ସିଗାରେଟ୍ ଗୁଟ୍କା ତଥା ଅନ୍ୟ ତମାଖୁ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ ଚଢଉ କରଯାଇଥିଲଉା। ବସ୍ ଷ୍ଟାଣ୍ଡ୍,ସ୍କୁଲ, ଡାକ୍ତରଖାନା ଆଦି ସ୍ଥାନରୁ ୧ଶହ ମିଟର ଦୂରତାରେ ଉପରୋକ୍ତ ନିଷେଧାଦେଶ ଥିବା ସାମଗ୍ରୀ ବିକ୍ରି କରୁଥିବା ୫୮ଜଣ ବିକ୍ରେତାଙ୍କ ଠାରୁ ୮୩ ହଜାର ଟଙ୍କା ଜୋରିମାନା ଆଦୟ କରାଯାଇଥିଲା। ଏହି ଚଡଉ ରେ ଜିଲ୍ଲା ଏନ୍.ଟି.ପି.ସି ପରାମର୍ଶଦାତା ମିସ୍ ସ୍ୱାଗତିକା ବେହେରା, ଡ୍ରଗ୍ସ ଇନ୍ସପେକ୍ଟର ନାରାୟଣ ମଲ୍ଲିକ, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତାପରୁଦ୍ର ମଣ୍ଡଲ, ମିସ୍ ଅଞ୍ଜୁ ଏକ୍କା ଏବଂ ଅବକାରୀ ଇନ୍ସପେକ୍ଟର କିଶୋରଚନ୍ଦ୍ର ନାୟକ ନେତୃତ୍ୱ ନେଇଥିଲେ। ରେଙ୍ଗାଲି ଓ ଠେଲକୁଲି ପୁଳିସ ମଧ୍ୟ ଚଡଉ ରେ ସାମିଲ ଥିଲେ।
Popular Categories



