ହୀରାକୁଦ : ବୁଧବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଡ଼୍ୟାମରୁ ୨୪ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁ ରହିଛି। ବାମ ପଟରୁ ୧୫ ଟି ଓ ଡ଼ାହାଣ ପଟରୁ ୯ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଡ଼୍ୟାମ ମଧ୍ୟକୁ ୩ ଲକ୍ଷ ୪୦ ହଜାର ୨୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଡ଼୍ୟାମରୁ ୪ଲକ୍ଷ ୦୩ ହଜାର ୭୩୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳ ଧାରଣର କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୨୧ ଫୁଟ ରହିଛି। ଏହାସହ କଟକ ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର ୭୭୦ କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ସୂଚନା ମିଳିଛି।



