ହିନ୍ଦୋଳ : ଭିଜିଲାନ୍ସ ଜାଲରେ ଧରାପଡିଲେ ଆଉ ଜଣେ ଅଧିକାରୀ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ (ବିଇଓ )ଶାନ୍ତନୁ ମଲ୍ଲିକ୍ ଜଣେ ଶିକ୍ଷକଙ୍କଠାରୁ ୧୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶିକ୍ଷାଧିକାରୀଙ୍କ ୩ଟି ଜାଗାରେ ଏକକାଳୀନ ଚଢଉ କରାଯାଉଛି। ଭଦ୍ରକ ସ୍ଥିତ ଘର, ହିନ୍ଦୋଳ କାର୍ୟ୍ୟାଳୟ ଓ ଭଡ଼ା ଘରେ ଚଢଉ କରାଯାଉଛି। ମାସିକ ଦରମା ବୃଦ୍ଧି ପାଇଁ ବିଇଓ ଲାଞ୍ଚ ନେଉଥିଲେ ବୋଲି ସୂଚନା ମିଳିଛି। ବିଇଓଙ୍କ ପାଖରୁ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଚଢଉ ଜାରି ରହିଛି।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ ବେଆଇନ ଭାବେ ଲାଞ୍ଚ ନେଉଥିବା ସମୟରେ ଆଜି ସକାଳେ ଭିଜିଲାନ୍ସ ହାବୁଡରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ହିନ୍ଦୋଳ ବ୍ଲକରେ ପୂର୍ବରୁ ଶିକ୍ଷକତା କରୁଥିବା ଅଦୈତ ମାଝୀ ନିଜର କର୍ତ୍ତବ୍ୟରେ ଅବହେଳା ଯାହାକି ସେ ପୂର୍ବରୁ ବ୍ରହ୍ମପୁର ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବାବେଳେ ଜଣେ ଛାତ୍ର ବିଦ୍ୟାଳୟ ନିକଟରେ ଏକ ଖୋଳା କୂଅରେ ପଡି ମୃତ୍ୟୁ ହୋଇଥିଲା । ସେହିଦିନ ଠାରୁ ପ୍ରଧାନ ଶିକ୍ଷକ ଅଦୈତ ମାଝୀ କାର୍ଯ୍ୟରୁ ସସପେଣ୍ତ ହୋଇଥିବା ସମୟରେ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ତାଙ୍କୁ ନିୟମିତ କରାଇ ଦେବାକୁ ପୂର୍ବରୁ ୬୦ ହଜାର ଟଙ୍କା ନେଇଥିଲେ । ଆଜି ସକାଳେ ଏନେଇ ୧୦ ହଜାର ଟଙ୍କା ନେଉଥିବା ସମୟରେ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି। ହିନ୍ଦୋଳ ଉପଖଣ୍ଡରୁ ଉକ୍ତ ବ୍ଲକ ଶିକ୍ଷାଧିକାରୀ ଜଣେ ଏଜେଣ୍ଟ ମାଧ୍ୟମରେ ଶିକ୍ଷକ ମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ବଦଳି ଠାରୁ ଆରମ୍ଭ କରି ବହୁ ଅନିୟମିତତାରେ ସମ୍ପୂକ୍ତ ଥିବା ନେଇ ଆଗରୁ ଅଭିଯୋଗ ହୋଇ ଆସୁଥିଲା । ତାଙ୍କ ଖଜୁରିଆକଟା ବାସ ଭବନରୁ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଥିବା ସମୟରେ ତାଙ୍କ ଘର ଓ ଶ୍ୱଶୁର ଘର ଏବେ ମିଳିତ ଚଢାଉ ଜାରି ରହିଛି ।
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ବିଇଓ
Popular Categories



