www.samajalive.in
Tuesday, December 9, 2025
17.1 C
Bhubaneswar

ହିଜାବ ବିବାଦ – ବୋର୍ଡ ପରୀକ୍ଷାରେ ମାସ୍କ ଓହ୍ଲାଇଥିବା ଶିକ୍ଷକଙ୍କୁ ନିଲମ୍ବନ ଦାବି

ଡେସ୍କ: ଗୁଜରାଟ ବୋର୍ଡ ପରୀକ୍ଷା ସମୟରେ ହିଜାବକୁ ନେଇ ବିବାଦ ସାମ୍ନାକୁ ଆସିଛି। ଭରୁଚ ପରୀକ୍ଷା କେନ୍ଦ୍ରରେ ଜଣେ ସ୍କୁଲ ଶିକ୍ଷକ ମୁସଲମାନ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ସମୟରେ ହିଜାବ ହଟାଇବାକୁ ବାଧ୍ୟ କରିଥିଲେ। ଏହାପରେ ଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଦାବି ହେଉଛି। ପୂରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ

- Advertisement -

ବାସ୍ତବରେ ଏହି ଘଟଣା ଗୁଜରାଟର ଭରୁଚସ୍ଥିତ ଲାୟନ୍ସ ସ୍କୁଲ ଅଙ୍କଳେଶ୍ୱରର। ଗୁଜୁରାଟ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବୁଧବାର ଅନୁଷ୍ଠିତ ହୋଇଥିଲା। ଦଶମ ଶ୍ରେଣୀ ଗଣିତ ପରୀକ୍ଷା ସମ୍ପନ୍ନ ହୋଇଥିଲା। ଛାତ୍ରଛାତ୍ରୀଙ୍କ ହିଜାବ ହଟାଇବା ପାଇଁ ଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଦାବି କରୁଥିବା ଅଭିଯୋଗକାରୀ କହିଛନ୍ତି, ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍ ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ପରୀକ୍ଷା ହଲରେ ପହଞ୍ଚି ମୁଣ୍ଡରେ ପିନ୍ଧିଥିବା ସ୍କାର୍ଫ୍ (ହିଜାବ) ହଟାଇ ଦେଇଥିଲେ। ପରୀକ୍ଷାର କିଛି ମିନିଟ୍ ପୂର୍ବରୁ ଶିକ୍ଷକଙ୍କ ଏଭଳି ମନୋଭାବ ଯୋଗୁଁ ପରୀକ୍ଷା ହଲରେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ମନୋବଳ ହ୍ରାସ ପାଇଥିବା ଅନେକ ଛାତ୍ରଛାତ୍ରୀ କହିଛନ୍ତି।

ପାହାଡ଼ କାଟି ଚାଷ ଜମିକୁ ପାଣି ଯୋଗାଇଲେ ୭୨ ବର୍ଷୀୟ ନିରକ୍ଷର ଇଞ୍ଜିନିୟର

ସମ୍ପୃକ୍ତ ଶିକ୍ଷକ କହିଛନ୍ତି ଯେ ସେ ସ୍କାର୍ଫ ବା ହିଜାବ ହଟାଇବା ପାଇଁ ଶିକ୍ଷା ବୋର୍ଡ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି। ଯଦି ଏହା ସତ ହୁଏ, ତେବେ ଆମେ ବୋର୍ଡ ନିକଟରେ ଅଭିଯୋଗ କରିବୁ। ଏନେଇ ପୁଲିସରେ ଲିଖିତ ଭାବେ ଅଭିଯୋଗ କରାଯାଇଛି, ଆବଶ୍ୟକ ପଡ଼ିଲେ ଏତଲା ମଧ୍ୟ ରୁଜୁ କରାଯିବ। ଯଦି ଶିକ୍ଷକ ନିଜେ ଏପରି କରିଛନ୍ତି, ତେବେ ତାଙ୍କୁ ନିଲମ୍ବିତ କରିବାକୁ ଅଭଯୋଗକାରୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories