www.samajalive.in
Tuesday, December 9, 2025
17.1 C
Bhubaneswar

ଇଲେକ୍ଟ୍ରିକ୍ ଗାଡି କିଣିବା ପାଇଁ ପଇସା ଦେବେ ସରକାର, ୪ ମାସରେ ଖର୍ଚ୍ଚ ହେବ ୫୦୦ କୋଟି

ନୂଆଦିଲ୍ଲୀ : ଦେଶରେ ଇ-ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ଏକ ନୂଆ ଯୋଜନା  ଘୋଷଣା କରାଯାଇଛି । ଏପ୍ରିଲ ୨୦୨୪ରୁ ଜୁଲାଇ ୨୦୨୪ ସୁଦ୍ଧା ଚାଲିବାକୁ ଥିବା ଏହି ଯୋଜନାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ନୂଆ ପରିଯୋଜନା ଦୁଇଚକିଆ ଏବଂ ତିନିଚକିଆ ଗାଡି ପାଇଁ ଉଦ୍ଦିଷ୍ଟ । ଦେଶରେ ଇଲେକ୍ଟ୍ରିକ୍ ଗାଡିକୁ ଆପଣାଇବା ଏବଂ ନିର୍ମାଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ୩୧ ମାର୍ଚ୍ଚ ୨୦୨୪ ରେ ସମାପ୍ତ ହେଉଛି ।

ଭାରୀ ଉଦ୍ୟେଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଇ-ପରିବହନ ସମ୍ବର୍ଦ୍ଧନ ଯୋଜନା ୨୦୨୪(ଇଏମ୍ ପିଏସ୍ ୨୦୨୪)ର ଘୋଷଣା କରି କହିଛନ୍ତି କି ନରେନ୍ଦ୍ର ମୋଦୀ ସରକାର ଦେଶରେ ଇ-ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ବଦ୍ଧ ପରିକର । ଯୋଜନା ଅନୁସାରେ ପ୍ରତି ଦୁଇଚକିଆ ଗାଡି ପାଇଁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ପ୍ରାୟ ୩.୩ ଲକ୍ଷ ଦୁଇଚକିଆ ଗାଡିକୁ ସହାୟତା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । ଛୋଟ ତିନିଚକିଆ (ଇ-ରିକ୍ସା ଏବଂ ଇ-କାର୍ଟ)ର କ୍ରୟ ପାଇଁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ । ଏଭଳି ୪୧ ହଜାରରୁ ଅଧିକ ଗାଡିକୁ ସାମିଲ କରାଯିବ ।

- Advertisement -

ବଡ ତିନିଚକିଆ ଯାନ କିଣିଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଦିଆଯିବ । ଫେମ୍-୨ ଅନୁସାରେ ସବସିଡି ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବା ରାଶି ଉପଲବ୍ଧ ହେବା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଗାଡି ପାଇଁ ଯୋଗ୍ୟ ହେବ । ଏହା ପୂର୍ବରୁ ଭାରୀ ଉଦ୍ୟେଗ ମନ୍ତ୍ରାଳୟ(ଏମଏଚଆଇ) ଏବଂ ଭାରତୀୟ ପ୍ରଦ୍ୟେଗିକୀ ସଂସ୍ଥା ଋଡକି ଅଟୋମେଟିଭ୍ ଏବଂ ଇଲେକ୍ଟ୍ରିକ୍ ଗାଡି କ୍ଷେତ୍ରକୁ ଆଗକୁ ବଢାଇବା ଉଦ୍ଦେଶ୍ୟରେ ମିସି କାମ କରିବା ପାଇଁ ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି । ମନ୍ତ୍ରାଳୟ ଦ୍ବାରା ପ୍ରଦାନ କରାଯାଇଥିବା ସମୁଦାୟ ୧୯.୮୭ କୋଟି ଟଙ୍କାର ଅନୁଦାନ ଏବଂ ଉଦ୍ୟେଗ ଭାଗିଦାରୀର ଅତିରିକ୍ତ ୪.୭୮ କୋଟି ଟଙ୍କାର ଯୋଗଦାନ ସହିତ ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୨୪.୬୬ କୋଟି ଟଙ୍କା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories