www.samajalive.in
Monday, December 8, 2025
20.1 C
Bhubaneswar

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ୬୬ ପ୍ରତିଶତ ମହଙ୍ଗାଭତ୍ତା

ଭୁବନେଶ୍ବର : ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଚାରୀ ମାନଙ୍କର ମହଙ୍ଗାଭତ୍ତାରେ ୬୬ ପ୍ରତିଶତ ବୃଦ୍ଧିକରାଯାଇ ୨୩୦ ପ୍ରତିଶତ କରାଯାଇଛି । ସେମାନେ ୧୬୪ ପ୍ରତିଶତ ହାରରେ ଡି.ଏ ପାଉଥିଲେ । ଏହି ବର୍ଦ୍ଧିତ ଡି.ଏ ଆସନ୍ତା ଅପ୍ରେଲ ପହିଲାରୁ (୦୧,୦୪,୨୦୨୪ ) ଲାଗୁ କରାଯିବ । ଏହା ଦ୍ୱାରା ୨୭୧୧ ସମିତିର କର୍ମଚାରୀ ଉପକୃତ ହେବେ I ଏ ନେଇ ରାଜ୍ୟ ସମବାୟ ନିବନ୍ଧକଙ୍କ ତରଫରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଗତକାଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିଥିଲେ । ସେଥିରେ ମହଙ୍ଗାଭତ୍ତା ବୃଦ୍ଧି କରାଯିବା ଏକ ପ୍ରମୁଖ ଦାବି ଥିଲା । ଏହି ଦାବି ପୁରଣ ହୋଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories