www.samajalive.in
Friday, December 5, 2025
20.1 C
Bhubaneswar

ସୂଚନା ଅଧିକାର କର୍ମୀ ଖୋଲିଲେ ରହସ୍ୟ: ପରୀ ହତ୍ୟାକାଣ୍ଡ ତଦନ୍ତ ନିମନ୍ତେ ହାଇକୋର୍ଟ ମନିଟରିଂ ତଦନ୍ତ ଅନୁରୋଧକୁ ଅଗ୍ରାହ୍ୟ କରିଥିଲେ 

ବଲାଙ୍ଗିର: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୁଣି ଥରେ ହାଇକୋର୍ଟଙ୍କ ଜନ ସୂଚନା ଅଧିକାରୀ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ବି.ଦାଶ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଆଉ ଏକ ସୂଚନା ପୂର୍ବ ସୂଚନା ରେଫରେନ୍ସରେ ପ୍ରଦାନ କରିଛନ୍ତି। ଜଣେ କାର୍ଯ୍ୟରତ ବିଚାରପତିଙ୍କ ମନିଟରିଂରେ ଏସଆଇଟି ତଦନ୍ତ ପାଇଁ ସରକାରଙ୍କ ଅନୁରୋଧକୁ କୋର୍ଟ ଗତ ୧ ଡିସେମ୍ବର ୨୦୨୦ ଦିନ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କୁ ଜଣାଇ ଦେଇଥିବା ସୂଚନା ପ୍ରଦାନ କରାଯାଇଛି।
କୋର୍ଟ ରାଜ୍ୟ ସରକାରଙ୍କ ନିବେଦନକୁ ଅଗ୍ରାହ୍ୟ କରିବା ଘଟଣାକୁ ଦୀର୍ଘ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପର୍ଶକାତର ତଥ୍ୟକୁ ସାର୍ବଜନୀନ କରାଯାଇ ନାହିଁ। ଆଜି ଏହି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଅସିବା ପରେ ହାଇକୋର୍ଟ ମନିଟରିଂ ଏସଆଇଟିକୁ ନେଇ ରହିଥିବା ଦ୍ୱନ୍ଦ୍ବର ଅବସାନ ଘଟିଛି। ବର୍ତ୍ତମାନ ତଦନ୍ତରତ ଏସଆଇଟି କୋର୍ଟ ମନିଟରିଂ ନୁହେଁ ବୋଲି ସ୍ପଷ୍ଟ ହୋଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ନିବେଦନ କୋର୍ଟଙ୍କ ଦ୍ୱାରା ଅଗ୍ରାହ୍ୟ ହେଲା ପରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୁପାରିଶ କରି ପାରିଥାନ୍ତେ। କିନ୍ତୁ ଏହା କରାଯାଇ ନାହିଁ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୬ ତାରିଖରେ ହାଇକୋର୍ଟ ଜନ ସୂଚନା ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ଦେଇଥିବା ତଥ୍ୟରେ ହାଇକୋର୍ଟ ମନିଟରିଂ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ଅନୁରୋଧପତ୍ର ହାଇକୋର୍ଟ ପାଇ ନଥିବା ଉଲ୍ଲେଖ ଥିଲା। କିନ୍ତୁ ଏ ସମ୍ପର୍କରେ ସରକାରଙ୍କ ନିବେଦନକୁ କୋର୍ଟ ଅଗ୍ରାହ୍ୟ କରି ସରକାରଙ୍କୁ ଜଣାଇ ଦେଇଥିବା କଥା ନୂତନ ତଥ୍ୟରୁ ଜଣାପଡ଼ିଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories