www.samajalive.in
Saturday, December 6, 2025
19.1 C
Bhubaneswar

ଜାମିନ ପାଇଁ ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ : ହାଇକୋର୍ଟ

କଟକ : ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିବା ଫଳରେ ଜେଲରୁ ମୁକୁଳି ପାରୁ ନାହାନ୍ତି କଏଦୀ। ତେବେ କଏଦୀ ମାନଙ୍କୁ ମୁକୁଳାଇବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଜିଲାରେ ଥିବା ଜେଲ ମାନଙ୍କରେ ଅସ୍ଥାୟୀଭାବେ କ୍ୟାମ୍ପ କୋର୍ଟ କରି କଏଦୀ ମାନଙ୍କୁ ନ୍ୟାୟ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କୋର୍ଟ କେବଳ ଜାମିନ ଉପରେ ଶୁଣାଣି କରିବ। ଏହି କୋର୍ଟ ଖୋଲିବାପାଇଁ ଜିଲା ସ୍ତରରେ ଥିବା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷପ ନିଆଯିବ। ଜିଲା ଆଇନ ସେବା ପ୍ରାଧିକରଣ ସଚିବ, ପାରା ଲିଗାଲ ସ୍ୱେଚ୍ଚାସେବୀ କ୍ୟାମ୍ପ କୋର୍ଟରେ ଉପସ୍ଥିତ ରହିବେ। କଏଦୀମାନେ ଜେଲ ଅଧିକାରୀଙ୍କ ଠାରେ ଜାମିନ ପାଇଁ ଦରଖାସ୍ତ କରିବେ। ଏହି ଦରଖାସ୍ତକୁ ଜେଲ ଅଧିକାରୀ ଅସ୍ଥାୟୀ କ୍ୟାମ୍ପରେ ପ୍ରଦାନ କରିବେ। ଏହାପରେ ଜାମିନ ଉପରେ ଶୁଣାଣି କରାଯାଇ ଜାମିନ ପ୍ରଦାନ କରାଯିବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories