www.samajalive.in
Saturday, December 13, 2025
17.1 C
Bhubaneswar

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୪ ମାସ ମଧ୍ୟରେ ପେନସନ୍ ଦେୟ ଦିଅ : ହାଇକୋର୍ଟ

କଟକ : କଳାହାଣ୍ଡି ଜିଲ୍ଲାର ଦୁଇ ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲର ଅବସରପ୍ରାପ୍ତ ଦୁଇ ବିଜ୍ଞାନ ଶିକ୍ଷକଙ୍କୁ ପେନସନ୍ ଓ ଅବସରକାଳୀନ ଦେୟ ୪ ମାସ ମଧ୍ୟରେ ପ୍ରଦାନ ପାଇଁ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଶରତ ଚନ୍ଦ୍ର ପରିଡା ବନାମ ରାଜ୍ୟ ସରକାର ମାମଲାରେ ୨୦୧୫ରେ ପ୍ରଦାନ କରାଯାଇଥିବା ରାୟ ଆଧାରରେ ଆବେଦନକାରୀଙ୍କ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଶ୍ରୀପୁର ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଗଙ୍ଗାଧର ବରଡ ଓ ରେଙ୍ଗସାପାଲ୍ଲୀ ହାତୀରାମ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ପକ୍ଷରୁ ଦାୟର ପୃଥକ ମାମଲାର ଶୁଣାଣି କରି କୋର୍ଟ ଏପରି ରାୟ ଦେଇଛନ୍ତି। ଆବେଦନକାରୀ ଶ୍ରୀ ବରଡଙ୍କ ତରଫରୁ ଆଇନଜୀବୀ ହୃ‌ଷିକେଶ ପ୍ରଧାନ ଓ ଶ୍ରୀ ସାହୁଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ମାମଲାର ବିିବରଣୀରୁ ପ୍ରକାଶ ଯେ ଶ୍ରୀ ବରଡ ଦୀର୍ଘ ବର୍ଷ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରି ୨୦୧୭, ଏପ୍ରିଲରେ ଅବସର ଗ୍ରହଣ କରିଥିଲେ। ସେହିଭଳି ଭାବେ ଶ୍ରୀ ସାହୁ ୨୦୧୯ରେ ଅବସର ଗ୍ରହଣ କରିଥିଲେ। ଉଭୟଙ୍କ ଚାକରି ଅନୁମୋଦନ ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ୨୦୦୫ରେ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ୨୦୦୪ରୁ ସେମାନଙ୍କୁ ବ୍ଲକ୍ ଗ୍ରାଣ୍ଟ ମଳିଥିଲା। ଏହାପରେ ୨୦୧୩ର ଜିଆଇଏ ଅର୍ଡର ଅନୁସାରେ ଗ୍ରାଣ୍ଟ-ଇନ୍-ଏଡ୍ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ବ୍ଲକ ଗ୍ରାଣ୍ଟ ହାଇସ୍କୁଲରୁ ଅବସର ଗ୍ରହଣ କରିଥିବା ଆବେଦନକାରୀଙ୍କୁ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ମିଳି ନଥିଲା। ଅନ୍ୟପକ୍ଷରେ ସମାନ ପ୍ରସଂଗ ନେଇ ଦାୟର ଶରତ ଚନ୍ଦ୍ର ପରିଡା ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories