www.samajalive.in
Saturday, December 6, 2025
26.1 C
Bhubaneswar

ଏଲ୍‌ଏସିରେ ହାଇଆଲର୍ଟ; ବାୟୁସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନାକୁ ନେଇ ଭାରତର ବାୟୁସେନା ବୁଧବାର ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଣ କରିଛି। ବାୟୁସେନାର ସୁଖୋଇ, ମିଗ୍‌ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ ଉଡାଣ କରିଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଦୁଇଦେଶର ସେନା ପୁନର୍ବାର ସୀମା ନିକଟରେ ମୁହାଁମୁହିଁ  ହୋଇଥିବାବେଳେ ଏହାକୁ ଦେଖି ବାୟୁସେନା ଏହାର ଯୁଦ୍ଧ ପ୍ରସ୍ତୁତିକୁ ଜୋରଦାର ପୂର୍ବକ ଏହି ଯୁଦ୍ଧବିମାନ ଉଡାଣ କରିଛି। ପ୍ରାୟ ୧୫ ଘଣ୍ଟା ଧରି ବାୟୁସେନାର ଯୁଦ୍ଧବିମାନ ସୀମାରେ ଚକ୍କର ମାରିଥିଲେ। ଏହା ସହିତ ସୀମାରେ ମୁତୟନ ସୈନିକଙ୍କୁ ହାଇଆଲର୍ଟ ଜାରି କରାଯାଇଥିବା ସେନା ଅଧିକାରୀ କହିଛନ୍ତି।

ସୋମବାର (ସେପ୍ଟେମ୍ବର ୭) ରାତିରେ ଦୁଇଦେଶର ସୈନିକ ସୀମାନ୍ତ ପାନଗଙ୍ଗ ହ୍ରଦ କୂଳରେ ମୁହାଁମୁହିଁ ହୋଇଥିଲେ। ମୁହାଁମୁହିଁ ସମୟରେ ଦୁଇ ଦେଶର ସୈନିକ ପରସ୍ପରକୁ ଭୟଭୀତ କରିବା ଲାଗି ଫାଙ୍କା ଗୁଳିଚାଳନା (ବ୍ଲାଙ୍କ ଫାୟାର) କରିଥିବା ଅଭିଯୋଗ ହୋଇଛି। ଭାରତ କହୁଛି ଚୀନ ସେନା ଗୁଳିମାଡ କରିଛି। ଚୀନ ସେନା କହୁଛି ଭାରତ ସେନା ପ୍ରଥମେ ଗୁଳିମାଡ କରିଥିଲା। ଦୀର୍ଘ ୭୫ବର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଏପରି ଗୁଳିମାଡ ହୋଇଛି। ୧୯୭୫ରେ ଭାରତ-ଚୀନ ସୀମାରେ ଶେଷ ଥର ପାଇଁ ଗୁଳିଫୁଟିଥିଲା। ଯାହା ୧୯୯୩ରେ ଦୁଇଦେଶ ମଧ୍ୟରେ ହୋଇଥିବା ସୀମା ବୁଝାମଣାକୁ ଉଲ୍ଲଙ୍ଘନ କରିଛି। ଏହି ଗୁଳିମାଡ ଘଟଣାକୁ ନେଇ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଆଗାମୀ ଦିନରେ ବ୍ଲାଙ୍କ ଫାୟାର ବାସ୍ତବ ରୂପ ନେବାର ଆଶଙ୍କା ରହିଛି। ସେନା ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ପାନଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ରେଜାଙ୍ଗ ଲା ପାର୍ବତ୍ୟ ଅଞ୍ଚଳରେ ଦୁଇଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ।

- Advertisement -

ଚୀନ ସେନାର ପ୍ରାୟ ୫୦ରୁ ୬୦ ସୈନିକ ବର୍ଚ୍ଛା, ଛୁରୀ, ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ଧରି ଭାରତର ଆଗୁଆ ଘାଟି ନିକଟକୁ ଆସିଥିଲେ। ତେବେ ଭାରତ ସେନା ସେମାନଙ୍କୁ ଉଚିତ ମୁକାବିଲା ପୂର୍ବକ ଘଉଡାଇବାରେ ସଫଳ ହୋଇଥିଲା। ତେବେ ଏହି ମୁହାଁମୁହିଁ ସମୟରେ ଅତି ନିକଟରୁ ହୋଇଥିଲା। ଦୁଇ ସେନା ପରସ୍ପର ଠାରୁ ମାତ୍ର ୨୦୦ ମିଟର ଦୂରତାରେ ରହିଥିଲେ। ପାନଗଙ୍ଗ ହ୍ରଦ ନିକଟରେ ଥିବା ୭୦ କିମି ବରଫାବୃତ୍ତ ଅଞ୍ଚଳକୁ ନେଇ ଏବେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଭାରତ ଏଠାରେ ପ୍ରାୟ ୩୦୦୦ ସୈନ୍ୟ ମୁତୟନ କରିଛି। ସେପ୍ଟେମ୍ବର ୭ ପୂର୍ବରୁ ଅଗଷ୍ଟ ୨୯ ଓ ୩୦ ଏବଂ ଜୁନ ୧୫ ତାରିଖରେ ଦୁଇ ଦେଶର ସୈନ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଏହି ଉତ୍ତେଜନା ସତ୍ତ୍ବେ ଦୁଇଦେଶ ଯୁଦ୍ଧ ହେବାର ଆଶଙ୍କା ନଥିବା କୁହାଯାଇଛି। ଉତ୍ତେଜନା ସତ୍ତ୍ବେ ବୁଧବାର ଦୁଇଦେଶର କମାଣ୍ଡରସ୍ତରୀୟ କଥାବାର୍ତ୍ତା ହୋଇଛି। ତେବେ କଥାବାର୍ତ୍ତାର କୌଣସି ନିଷ୍କର୍ସ ବାହାରି ନାହିଁ।

ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବାକୁ ଯାଉଛି। ରୁଷ୍‌ର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହିତ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଲଦାଖରେ ଦେଖାଯାଇଥିବା ସୀମା ବିବାଦ ଆଲୋଚନା ହେବ। ଏହା ପୂର୍ବରୁ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ସେପ୍ଟେମ୍ବର ୫ରେ ସାକ୍ଷାତ ଆଲୋଚନା କରିଥିଲେ। ଗୋଟିଏ ପଟେ ଆଲୋଚନା ଓ କଥାବାର୍ତ୍ତା ଚାଲିଥିବାବେଳେ ଅନ୍ୟପଟେ ସୀମା ଉତ୍ତେଜନା ବୃଦ୍ଧି ପାଇ ଚାଲିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories