www.samajalive.in
Sunday, December 7, 2025
26.1 C
Bhubaneswar

ଗଠନ ହେଲା ଐତିହ୍ୟ କ୍ୟାବିନେଟ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧିକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଐତିହ୍ୟ କ୍ୟାବିନେଟ ଗଠନ କରାଯାଇଛି । ଏହି କ୍ୟାବିନେଟରେ ଏ ସମସ୍ତ ବିଷୟ ଉପରେ ବିଚାରବିମର୍ଷ କରି ଆବଶ୍ୟକ ନୀତି ନିର୍ଦ୍ଧାରଣ ସହ ସେଗୁଡ଼ିକୁ କାର୍ୟ୍ୟକାରୀ କରାଯିବ। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି।
ଐତିହ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ୟ୍ୟଟନ ମନ୍ତ୍ରୀ, ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି।
ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟର ସଚିବ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଏହାର ଆବାହକ ଭାବେ କାର୍ୟ୍ୟ କରିବେ। ଏହି କ୍ୟାବିନେଟ ବୈଠକକୁ ସଂପୃକ୍ତ ସମସ୍ତ ବିଭାଗର ସଚିବଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବ। ଐତିହ୍ୟ କମିଟି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ସଂରକ୍ଷଣ, ପ୍ରଚାର ପ୍ରସାର ନିମନ୍ତେ କାର୍ୟ୍ୟ କରୁଥିବା ସଂସ୍ଥା ଓ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବେ। ଏଥିନିମନ୍ତେ ଆବଶ୍ୟକ ନୀତି ନିର୍ଦ୍ଧାରଣ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ସଂପୃକ୍ତ ବିଭାଗଗୁଡ଼ିକ ନିର୍ଦିଷ୍ଟ ପରାମର୍ଶ ଦେବେ। ଏଥିପାଇଁ ଆବଶ୍ୟକ ପଡୁଥିବା ପ୍ରସ୍ତାବ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ କରିବେ।
ରାଜ୍ୟରେ ସାଂସ୍କୃତିକ ବୈଭବର ବ୍ୟାପକ ଅନୁଧ୍ୟାନ ସହ ଏ ସମ୍ପର୍କିତ ସବିଶେଷ ତଥ୍ୟ ସଂଗ୍ରହ କରିବେ। ପ୍ରଚାର ପ୍ରସାର ତଥା ମୌଳିକତା ବଜାୟ ରଖିବା ନିମନ୍ତେ ବିଭାଗଗୁଡ଼ିକ ସଂପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହ ସହଯୋଗ ରକ୍ଷା କରିବେ। ସେମାନଙ୍କ ସହ ସମନ୍ବୟ ରକ୍ଷା କରି ସହଭାଗିତା ଭିତ୍ତିରେ କାର୍ୟ୍ୟ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକତା ଏବଂ ବିବିଧତା ଅକ୍ଷୁଣ୍ଣ ରଖିବା ନିମନ୍ତେ ସ୍ବଳ୍ପ ତଥା ଦୀଘମିଆଦି ଯୋଜନା ପ୍ରସ୍ତୁତ କରିବେ ଏବଂ ଏ ସମ୍ପର୍କିତ ପରାମର୍ଶ ପ୍ରଦାନ କରିବେ।
ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories