ବିଜେଡି ଛାଡିଲେ ହେମା ଗମାଙ୍ଗ

0

ଭୁବନେଶ୍ୱର: ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ହେମା ଗମାଙ୍ଗ। ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ୭ଟି କାରଣ ଦର୍ଶାଇ ବିଜେଡି ଛାଡିଥିବା ହେମା ଗମାଙ୍ଗ ଗଣମାଧ୍ୟମକୁ କହିଛନ୍ତି । ଦଳରେ ଅବହେଳା ଓ ପିସି କାରବାର ଆଦିକୁ ନେଇ ସେ ପୂର୍ବରୁ ଅସନ୍ତୁଷ୍ଟ ଥିବାବେଳେ ପାଣ୍ଡିଆନଙ୍କ ଆଡକୁ ସିଧାସଳଖ ଆଙ୍ଗୁଳି ନିର୍ଦେଶ କରିଛନ୍ତି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ୨୦୧୪ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। କୋରାପୁଟର ଲକ୍ଷ୍ମୀପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ବିଜେପି ଯୋଗ ଦେଇଛନ୍ତି ।

Leave A Reply