www.samajalive.in
Tuesday, December 9, 2025
23.1 C
Bhubaneswar

ଇନରହ୍ୱିଲ କ୍ଲବ ପକ୍ଷରୁ ଆତ୍ମନିର୍ଭର ହେବା ପାଇଁ ଯୁବକଙ୍କୁ ସହାୟତା

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ଏବଂ କଟକ ସେଣ୍ଟ୍ରାଲ ଇନରହ୍ୱିଲ କ୍ଲବ ପକ୍ଷରୁ ମିଳିତ ଭାବେ ଦୁର୍ଦ୍ଦିନରେ ଥିବା ଜଣେ ଯୁବଙ୍କୁ ଆତ୍ମନିର୍ଭର ହେବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏକ ହୋଟେଲରେ କାମ କରୁଥିବା ରାସରସିକପୁରର ରଞ୍ଜନ ବାରିକ ନାମକ ଯୁବକ କୋଭିଡ ୧୯ ମହାମାରୀ ଯୋଗୁଁ ହୋଟେଲ ବନ୍ଦ ହେବା ଦ୍ୱାରା କାମଧନ୍ଦା ନପାଇ ଦୁର୍ଦ୍ଦିନରେ ରହିଥିଲେ। ନିଜ ପରିବାର ପୋଷଣ ଲାଗି ଅତ୍ୟନ୍ତ ସମସ୍ୟାରେ ରହିଥିବା ରଞ୍ଜନକୁ ଏକ ଚା ଦୋକାନ କରି ଆତ୍ମନିର୍ଭରଶୀଳ ହେବା ପାଇଁ ଇନରହ୍ୱିଲ କ୍ଲବ ସହାୟତାର ହାତ ବଢାଇଥିଲେ। ରବିବାର ଇନରହ୍ୱିଲ କ୍ଲବ ସଭାପତି କଳ୍ପଲତା ଦାଶ ଓ କଟକ ସେଣ୍ଟ୍ରାଲ ଇନରହ୍ୱିଲ କ୍ଲବର ସଭାପତି ସୁବର୍ଣ୍ଣ ପରିଜାଙ୍କ ସମେତ ଇନରହ୍ୱିଲ କ୍ଲବର ବହୁ ସଦସ୍ୟ ରାସରସିକପୁର ଯାଇ ସଂପୃକ୍ତ ଦୁର୍ଦ୍ଦିନରେ ଥିବା ଯୁବକଙ୍କୁ ଭେଟି ତାଙ୍କୁ ଚା ତିଆରି କରିବା ପାଇଁ ସମସ୍ତ ସରଞ୍ଜାମ ପ୍ରଦାନ କରିଥିଲେ। କୋଭିଡ ମହାମାରୀ ପାଇଁ ଲକ୍‌ଡାଉନ ଯୋଗୁଁ ରାଜ୍ୟ ତଥା ଦେଶରେ ବହୁ କର୍ମଜୀବୀ ତଥା ଦିନମଜୁରିଆ ନିଜର କର୍ମସଂସ୍ଥାନ ହରାଇ ପରିବାର ପୋଷଣ କରିନପାରି ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି। ସମାଜର ସ୍ୱଚ୍ଛଳ ବର୍ଗର ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଭଳି ଦୁର୍ଦ୍ଦିନରେ ଥିବା ଲୋକଙ୍କୁ ଆତ୍ମନିର୍ଭର ହେବା ପାଇଁ ସହାୟତାର ହାତ ବଢାଇବା ଲାଗି ଆଗେଇ ଆସିବା ପାଇଁ ଦୁଇ ଇନରହ୍ୱିଲ କ୍ଲବର ସଭାପତି ଶ୍ରୀମତୀ ଦାଶ ଓ ଶ୍ରୀମତୀ ପରିଜା ଆହ୍ୱାନ କରିଥିଲେ। ଇନରହ୍ୱିଲ କ୍ଲବର ସଂପାଦକ ଦୀପାଳି ଦାଶ, ସଭ୍ୟା ଜସ୍ମିନ ପଟ୍ଟନାୟକ, ଅଞ୍ଜନା ମିଶ୍ର, ନିରଜ ନଳିନୀ ବେହେରା, ରାଜେଶ୍ୱରୀ ଗୋସ୍ୱାମୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories