www.samajalive.in
Monday, December 8, 2025
13.1 C
Bhubaneswar

ବୌଦ୍ଧ ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ କରୋନା ନିରାକରଣ ପାଇଁ ସହାୟତା କେନ୍ଦ୍ର ସ୍ଥାପନ

ବୌଦ୍ଧ: ବୌଦ୍ଧ ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ ବୌଦ୍ଧ ବ୍ଲକ ମୁଣ୍ଡାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ କରୋନା ସହାୟତା କେନ୍ଦ୍ର ବିଜେିପି ଜିଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲା କୃଷକ ମୋର୍ଚ୍ଚା ସଭାପତି ରବି ଦେଓ ଯୋଗଦେଇ କରୋନା ସହାୟତା କେନ୍ଦ୍ର ସ୍ଥାପନର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ। ଆଗାମୀ ୨୮ ତାରିଖ ପର୍ୟ୍ୟନ୍ତ କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମା;ନ କରୋନାର ସଚେତନତା ବାର୍ତ୍ତା ପ୍ରଦାନ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ଜିଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କୃଷକ ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ସହ ମଣ୍ଡଳ ସଭାପତିମାନେ କରୋନାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ମୁହଁରେ ତୁଣ୍ଡି ବାନ୍ଧିବା, ଦୁଇଗଜ ଦୂରତା ରକ୍ଷା କରିବା, ହାତକୁ ବାରମ୍ବାର ସାବୁନରେ ଧୋଇବା ଓ କରୋନାରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଘର ଘର ବୁଲି ସଚେତନ କରାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ମୁଣ୍ଡାପଡାଠାରେ ଆୟୋଜିତ କାର୍ୟ୍ୟକ୍ରମରେ ବରିଷ୍ଠ କୃଷକନେତା ବୈକୁଣ୍ଠ ପ୍ରଧାନ, ଦାଶରଥୀ ବାରିକ, ରୂପ ଚରଣ ନାୟକ, ଜୟକୃଷ୍ଣ ନାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ସଫଳ କରାଇଥିଲେ। କେନ୍ଦ୍ରୀୟ ବିଜେପି ସଭାପତି ଜେପି ନଡ୍ଡାଙ୍କ ଆଗ୍ରହକ୍ରମେ ଓଡ଼ିଶା ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପରୋହିତଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲାରେ ଏହି ସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories