www.samajalive.in
Sunday, December 14, 2025
23.1 C
Bhubaneswar

ଏଭଳି ପ୍ରସ୍ତୁତ ହେଉଛି ହେଲମେଟ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ଅନେକ ସମୟରେ ସଡକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ ହୃଦୟକୁ ଆନ୍ଦୋଳିତ କରିଥାଏ । ଏଭଳି ଭିଡିଓ ଲଗାତର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଏହାକୁ ରୋକିବାକୁ ସବୁ ଦିଗରୁ ଚେଷ୍ଟା କରାଯାଉଛି । ଦୁଇଚକିଆ ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କୁ ସୁରକ୍ଷିତ ରଖିବା ପାଇଁ ହେଲମେଟ୍ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯାଏ । ତେବେ ଆପଣ ଜାଣିଛନ୍ତି କି ହେଲମେଟ୍ କିଭଳି ପ୍ରସ୍ତୁତ କରାଯାଏ । ଏହା ପଛରେ ଅନେକ ପରିଶ୍ରମ ରହିଥାଏ । ଚାଲନ୍ତୁ ଦେଖିବା ଏହାର ପ୍ରସ୍ତୁତିର ଭିଡିଓ…

 

View this post on Instagram

 

A post shared by Natial drive (@natial_drive)

- Advertisement -

ନ୍ୟାସନାଲ୍ ଡ୍ରାଇଭ୍ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର ହୋଇଥିବା ଭିଡିଓରେ କାରଖାନାରେ ଜଣେ ଶ୍ରମିକ ହେଲମେଟ୍ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ସର୍ବପ୍ରଥମେ ସେ ଏକ ଛାଞ୍ଚରେ କଳା ରଙ୍ଗର ଏକ ପ୍ରକାର ତରଳ ପଦାର୍ଥ ପକାଉଛନ୍ତି ଏବଂ ତାକୁ ରଙ୍ଗ କରୁଛନ୍ତି । ଏହା ପରେ ସେ ଧଳା କାଗଜ ତା ଉପରେ ଲଗାଉଛନ୍ତି ଏବଂ ତାକୁ ଶୁଖିବା ପାଇଁ ଛାଡୁଛନ୍ତି । ଏହା ପରେ ସେ ଏଥିରେ ଆଉ ଏକ ତରଳ ପଦାର୍ଶ ପକାଇ ଛାଡିଦେଉଛନ୍ତି । ଶେଷରେ ସେ ଏହି ଛାଞ୍ଚ ଭିତରୁ ହେଲମେଟକୁ ଖୋଲି ବାହାର କରୁଛନ୍ତି ଏବଂ ଏହାକୁ ସଫା କରୁଛନ୍ତି । ଭିଡିଓକୁ ୬୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଲୋକ ଏଥିରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । କିଛି ଲୋକ ଏହା ମଜଭୁତ ନୁହେଁ ବୋଲି କହିବା ସହ ଆଉ କିଛି ଲୋକ ସେ ଶ୍ରମିକଙ୍କ ପରିଶ୍ରମକୁ ପ୍ରଶଂସା କରୁଛନ୍ତି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories