www.samajalive.in
Wednesday, November 19, 2025
18.1 C
Bhubaneswar

ଲଗାଣ ବର୍ଷାରେ ଧୋଇଗଲା ପୋଲ: ଲାଞ୍ଜିଗଡ଼- ବିଶ୍ୱନାଥପୁର ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ଼: ଦୁଇଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ପ୍ରବଳ ବର୍ଷାପାଣି ପ୍ରବାହିତ ହେବାରୁ ଲାଞ୍ଜିଗଡ଼ ଆଶ୍ରମପଡ଼ା ନିକଟସ୍ଥ ପୋଲ ଓ ପୂର୍ତ୍ତ ବିଭାଗ ରାସ୍ତା ଧୋଇଯାଇଛି। ଫଳରେ ଲାଞ୍ଜିଗଡ଼- ବିଶ୍ୱନାଥପୁରକୁ ସଂପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇ ଆସୁଥିବାବେଳେ ପୋଲଟି ଲଗାଣ ବର୍ଷାରେ ଧୋଇଯିବା ଏହି ଅଭିଯୋଗକୁ ସତ ପ୍ରମାଣିତ କରିଛି। ସେହିପରି ବିଶ୍ୱନାଥପୁର ବ୍ଲକ ଛକ ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ପଡ଼ିଯିବାରୁ ରାସ୍ତା କଡ଼ରେ ଏକ ଝୁମ୍ପୁଡ଼ି ହୋଟେଲ କରି ଚଳୁଥିବା ଜଣେ ବ୍ୟକ୍ତିଙ୍କ ହୋଟେଲ ଘର ଓ ତାଙ୍କର ସବୁ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାରୁ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ଦ୍ୱାରା ଦୀର୍ଘ ଦୁଇଘଣ୍ଟା ପରେ ଗଛ କାଟି ରାସ୍ତା ଖୋଲାଯାଇଥିଲା।

ବିଶ୍ୱନାଥପୁର ତହସିଲଦାର କିରଣ କୁମାର ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାରକୁ ଦେଢ଼ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି ଲାଞ୍ଜିଗଡ଼ ବିଡିଓ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏହି ପରିବାରକୁ ତିନିଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଓ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳର ଲକ୍ଷାଧିକ ଲୋକେ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ବର୍ଷା ପାଣି ଜମିରହିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏଣୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କଂକ୍ରିଟ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

Related Articles

Popular Categories