ଅସ୍ବାଭାବିକ ମୃତ୍ୟୁ ଘଟଣାର ଚାଲିଛି ଯୁଗ୍ମ ତଦନ୍ତ, ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୬

ରାଉରକେଲା: ରାଉରକେଲାରେ ଅଂଶୁଘାତ ଜନିତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାକୁ ମିଶାଇ ରାଉରକେଲାରେ ଅସ୍ବାଭିକଭାବେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ୩୫ଜଣଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ହୋଇଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଆଉ ୪ ମୃତଦେହ ବିନା ବ୍ୟବଚ୍ଛେଦରେ ତାଙ୍କ ପରିବାର ନେଇଛନ୍ତି। ଆଉ ୨୪ଜଣଙ୍କ ମୃତ୍ୟୁର ଯୁଗ୍ମ ତଦନ୍ତ ଚାଲିଛି। ତେବେ ତହସିଲଦାର ଓ ମେଡ଼ିକାଲ ଟିମ ଦ୍ବାରା ରାଉରକେଲାରେ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟଣାର ଯୁଗ୍ମ ତଦନ୍ତ ଚାଲିଛି।

Comments are closed.