ନିର୍ବାଚନ ପରବର୍ତ୍ତି ହିଂସା, ୭ ଆହତ

ପୁଲିସର ତଦନ୍ତ ଆରମ୍ଭ

ଭୁବନେଶ୍ବର: ଆଳି ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ଜଣ ଆହତ ହୋଇଛନ୍ତି। ଠାକୁରପାଟଣା ଗାଁରେ ୨ଟି ପରିବାର ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ନିର୍ଦ୍ଧିଷ୍ଟ ଦଳକୁ କାହିଁକି ଭୋଟ ଦେଲ କହି ଆକ୍ରମଣ ଅଭିଯୋଗ କରାଯାଇଛି। ଗୋଟିଏ ପରିବାର ୫ଜଣ ଏବଂ ଅନ୍ୟ ପରିବାର ୨ଜଣ ଆହତ ହୋଇଛନ୍ତି। ୫ ଆହତ ଆଳି ମେଡ଼ିକାଲରେ ଭର୍ତ୍ତି, ୨ଜଣ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.