www.samajalive.in
Saturday, December 6, 2025
19.1 C
Bhubaneswar

ତାତିରେ ଅସ୍ତବ୍ୟସ୍ତ ଜନଜୀବନ: ୪୬ ଟପିଲା ଦୁଇ ସହର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଗୁଳୁଗୁଳି ଲାଗିରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶନିବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସ ଥିବା ବେଳେ ପାରାଦୀପରେ ସର୍ବନିମ୍ନ ୩୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୨.୭, ସମ୍ବଲପୁରର ୪୫.୨, ହୀରାକୁଦରେ ୪୪.୫, ତାଳଚେରରେ ୪୫.୭, ଝାରସୁଗୁଡ଼ାରେ ୪୫.୨, ସୋନପୁରରେ ୪୪.୮, ଭବାନୀପାଟଣାରେ ୪୪.୩, ମାଲକାନଗିରିରେ ୪୩, ସୁନ୍ଦରଗଡ଼ରେ ୪୩, କେଉଁଝରଗଡ଼ରେ ୩୯.୭, ବାଲେଶ୍ୱରରେ ୩୮ ଡିଗ୍ରୀ ଏବଂ ଚାନ୍ଦବାଲିରେ ୪୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

ଶନିବାର ସମ୍ବଲପୁର, ବରଗଡ଼ ଏବଂ ମୟୁରଭଞ୍ଜର ଅଳ୍ପ କେତେକ ସ୍ଥାନରେ ସାମାନ୍ୟା ବର୍ଷା ହେବା ସତ୍ୱେ ବହୁତ ଗୁଳୁଗୁଳି ରହିଥିଲା। ରାଜଧାନୀରେ ୩୯.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୪୦.୫, କୋରାପୁଟରେ ୩୭ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ପାରଦ୍ୱୀପରେ ୩୪.୪ ଡିଗ୍ରୀ ସେଲସିୟସ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ଜଣାପଡ଼ିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories