www.samajalive.in
Thursday, December 11, 2025
18.1 C
Bhubaneswar

ତାତି ଆଉ ୫ଦିନ, ସୁବର୍ଣ୍ଣପୁରରେ ୪୪.୧ ଡିଗ୍ରୀ

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଉପକୂଳରେ ଗ୍ରୀଷ୍ମପ୍ରବାହ ସାମାନ୍ୟ କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତି କମିବାର ନାଁ ଧରୁନାହିଁ। ଗୋଟିଏରୁ ଦୁଇଟି ସ୍ଥାନରେ ପାରଦ ୪୪ ଡିଗ୍ରୀ ଉପରେ ରହୁଛି। ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ପାଗରେ ପରିବର୍ତ୍ତନ ଆସିଥିବାରୁ ତାପମାତ୍ରା ୩୫ଡିଗ୍ରୀ ତଳେ ଥିବାରୁ ସାମୟିକ ଭାବେ ତାତିରୁ ଆଶ୍ବସ୍ତି ମିଳିଛି। ଅସହ୍ୟ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ଆହୁରି ୪ରୁ ୫ଦିନ ଏଥିରୁ ନିସ୍ତାର ମିଳିବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନୂ ଅନୁସାରେ, ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ଡିଗ୍ରୀ ଅଧିକ ରେକର୍ଡ ହୋଇପାରେ।
ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ଆସନ୍ତା ୧୮ରୁ ୨୧ ତାରିଖ ମଧ୍ୟରେ ମୌସୁମୀ ବାୟୁ ପୂର୍ବ-ଭାରତ ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସୁବର୍ଣ୍ଣପୁରରେ ତାପମାତ୍ରା ସବୁଠୁ ଅଧିକ ୪୪.୧ଡିଗ୍ରୀ ରେକର୍ଡ ହୋଇଛି । ହୀରାକୁଦ ଏବଂ ସମ୍ବଲପୁରରେ ୪୩.୭ ଡିଗ୍ରୀ ରେକର୍ଡ କରାଯାଇଛି। ୧୭ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ
ସୂଚନା ଦିଆଯାଇଛି। ଅନୁଗୋଳରେ ୪୦.୧, ଝାରସୁଗୁଡ଼ା ୪୩.୬, ସୁନ୍ଦରଗଡ଼ ୪୧.୩, ତାଳଚେର ୪୦.୬, ଭବାନୀପାଟଣା ୪୩, ବଲାଙ୍ଗୀର ୪୨.୫, ଫୁଲବାଣୀ ୪୦, ଟିଟିଲାଗଡ଼ ୪୨.୫, ମାଲକାନଗିରି ୪୨, ନୟାଗଡ଼ ୪୦, ବୌଦ୍ଧ ୪୨.୮, ବରଗଡ଼ ୪୨.୨, ନୂଆପଡ଼ା ୪୧, ରାଉରକେଲା ୪୦, ଭୁବନେଶ୍ବର ୩୪.୪ ଏବଂ କଟକରେ ତାପମାତ୍ରା ୩୫ଡିଗ୍ରୀ ଥିବା ରେକର୍ଡ କରାଯାଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡାକୁ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, କଳାହାଣ୍ଡି ଏବଂ କନ୍ଧମାଳକୁ ହଳଦିଆ ସତର୍କ ସୂଚନା ଦିଆଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର କିଛି ସ୍ଥାନରେ ରାତିରେ ବାୟୁମଣ୍ଡଳ ଉତ୍ତପ୍ତ ରହିବ। ରାତି ତାପମାତ୍ରା ସ୍ବାଭାବିକଠାରୁ ୪ଡିଗ୍ରୀ ଅଧିକ ରହିବାର ସମ୍ଭାବନା ଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲା ଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।
ପୂର୍ବ ବିହାର, ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଲମ୍ବିଛି । ବୁଧବାର ପାରାଦ୍ବୀପ, ଝାରସୁଗୁଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଗଜପତିର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟକୁ ବଜ୍ରପାତ ପାଇଁ ସତର୍କତା ଜାରି କରାଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories