www.samajalive.in
Saturday, December 13, 2025
26.1 C
Bhubaneswar

ଏହି ୩ଟି ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ ହୃଦରୋଗୀ : ଆପଣଙ୍କ ପାଇଁ ବିଷ ସମାନ

ସାଧାରଣତଃ ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପେୟ ପ୍ରତି ଧ୍ୟାନ ନ ଦେବା କାରଣରୁ ଆମକୁ ଅନେକ ମାରାତ୍ମକ ରୋଗ କବଳିତ କରୁଛି। ସେହି ସବୁ ମାରାତ୍ମକ ରୋଗ ମଧ୍ୟରୁ ହୃଦରୋଗ ଗୋଟିଏ। ହୃଦରୋଗୀମାନେ ନିଜ ପ୍ରତି ଅଧିକ ଯତ୍ନବାନ୍ ହେବା ଉଚିତ। ସମୟ ଥାଉ ଥାଉ ସଚେତନ ନ ହେଲେ ଏହି ରୋଗ ଆମ ଜୀବନ ମଧ୍ୟ ନେଇପାରେ। ହୃଦରୋଗୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ୍ ହେବା ଉଚିତ। ଖାସ୍ କାରି ୩ଟି ଖାଦ୍ୟ ପଦାର୍ଥଠାରୁ ଏମାନେ ଦୂରେଇ ରହିବା ଉଚିତ। ଏହି ୩ ଖାଦ୍ୟ ପଦାର୍ଥକୁ ଧଳା ବିଷ ବୋଲି ମଧ୍ୟ କୁହାଯାଏ। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ –

ଅଧିକ ଚିନିର ବ୍ୟବହାର: ହୃଦରୋଗୀଙ୍କ ପାଇଁ ଅଧିକ ଚିନି ସେବନ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଚିନିର ବ୍ୟବହାର ଯଥା ସମ୍ଭବ କମ କରି ଏହା ବଦଳରେ ଆପଣ ଗୁଡ଼ର ବ୍ୟବହାର କରିପାରିବେ। ଗୁଡ଼ ପେଟ ଥଣ୍ଡା କରିବା ସହ ଶରୀରରେ ରକ୍ତ ସଂଚାଳନକୁ ମଧ୍ୟ ଠିକ ରଖିଥାଏ।

- Advertisement -

ଅଧିକ ଲୁଣର ବ୍ୟବହାର: ମାତ୍ରାଧିକ ଲୁଣ ସେବନ ଦ୍ବାରା ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଯାହାଦ୍ୱାରା ହୃଦଘାତ ହେବାର ସମ୍ଭାବନା ବହୁ ଗୁଣ ବଢ଼ିଯାଇଥାଏ। ଏହାବ୍ୟତୀତ ଅଧିକ ଲୁଣ ସେବନ ଦ୍ବାରା ବୃକକ୍ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

ମଇଦା: ସାଧାରଣତଃ ମଇଦା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଯଦି ଆପଣ ହୃଦରୋଗୀ ତାହେଲେ ଆପଣଙ୍କ ପାଇଁ ଏହା ଅଧିକ ମାରାତ୍ମକ ହୋଇଥାଏ। ଖାଦ୍ୟରେ ମଇଦାର ଅଧିକ ବ୍ୟବହାର ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥାଏ। କୋଲେଷ୍ଟ୍ରଲ ଏକ ପ୍ରକାର ଫ୍ୟାଟ ହୋଇଥାଏ। ଯାହା ଧମନୀରେ ରାସ୍ତାକୁ ବନ୍ଦ କରିଦିଏ। ଫଳରେ ହୃଦଘାତ ଆଶଙ୍କା ବଢିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories