ବ୍ୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ କ’ଣ ? ପାର୍ଲର ଯାଉଥିଲେ ଜାଣି ରଖନ୍ତୁ..
ପ୍ରତ୍ୟେକଙ୍କୁ ସୁନ୍ଦର,ରେଶମୀ କେଶ ପସନ୍ଦ। ତ୍ୱଚାର ସୌନ୍ଦର୍ଯ୍ୟ ପ୍ରତି ମଧ୍ୟ ସମସ୍ତେ ଅନେକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ପାର୍ଲର ଯାଇଥାଆନ୍ତି। କେଶ ଓ ତ୍ୱଚାର ଯତ୍ନ ପାଇଁ ଅନେକ ଜିନିଷ ବ୍ୟବହାର କରିଥାଆନ୍ତି। ତେବେ ପାର୍ଲରରେ କରୁଥିବା କେଶ ଓ ତ୍ୱଚା ପାଇଁ ଅନେକ ଉପାୟ କ୍ଷତି କରିଥାଏ। ପାର୍ଲରରେ କେଶ ସଫା କିମ୍ବା ସ୍ପା କରିବା ସମୟରେ ବ୍ୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ ହୋଇଥାଏ। ଜାଣନ୍ତୁ ଏହା କ’ଣ..
ଶାମ୍ପୁ କରିବା ସମୟରେ ପାର୍ଲରରେ ବେକକୁ ସିଙ୍କ୍ରେ ଅଧିକ ସମୟ ଯାଏଁ ରଖିଥାଆନ୍ତି। ସିଙ୍କ୍ରେ ଅଧିକ ସମୟ ଯାଏଁ ବେକ ରହିବା ଦ୍ୱାରା ବେକରେ ଥିବା ଶିରାରେ ପ୍ରଭାବ ପଡିଥାଏ। ଏହି କାରଣରୁ ବ୍ୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ ହୋଇପାରେ। ଅଧିକ ସମୟ ଯାଏଁ ବେକ ନୁଆଁଇକି ରଖିବା ଦ୍ୱାରା ମସ୍ତିଷ୍କ ପର୍ଯ୍ୟନ୍ତ ସଠିକ୍ ସମୟ ମଧ୍ୟରେ ରକ୍ତ ସଞ୍ଚାଳନ ହୋଇପାରିନଥାଏ।
ସଠିକ୍ ଭାବେ ରକ୍ତ ସଞ୍ଚାଳନ ନ ହେବା ଷ୍ଟ୍ରୋକ୍ର ମୁଖ୍ୟ କାରଣ। ମାତ୍ର ପାର୍ଲରରେ ଏଭଳି ସମ୍ଭାବନା ଖୁବ କମ୍ ଥାଏ। ପାର୍ଲରରେ କେଶ ସଫା କରିବା ସମୟରେ ଅଧିକ ସମୟ ଯାଏଁ ବେକ ନୁଆଁଇ ନ ରଖି ସଫା କରିବା ମଧ୍ୟରେ ୨ ରୁ ୩ ଥର ମୁଣ୍ଡ ସିଙ୍କ୍ରୁ ଉଠାନ୍ତୁ।
ବ୍ୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମର ଲକ୍ଷଣ ..
କେଶ ଧୋଇବା ପରେ ତୁରନ୍ତ ମୁଣ୍ଡରେ ଯନ୍ତ୍ରଣା ହେବା..
ମୁଣ୍ଡ ବୁଲାଇବା..
ସଠିକ୍ ଭାବେ ଦେଖାନଯିବା..
ଦୁର୍ବଳ ଅନୁଭବ ହେବା..
ଏହି ଉପାୟରେ ରକ୍ଷା ପାଇପାରିବେ..
ବେକ ତଳେ କିଛି ସ୍ୱତନ୍ତ୍ର ଜିନିଷ ରଖନ୍ତୁ। ଏହାଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ନ ହେବା ସହ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ।
ପାର୍ଲରରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ହୃଦ ଜନିତ ସମସ୍ୟା, ରକ୍ତଚାପ ରୋଗୀ ଏସବୁ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ପାର୍ଲରରେ ଥିବା କର୍ମଚାରୀ ସର୍ବଦା ତାଲିମ ପ୍ରାପ୍ତ ହୋଇଥିବା ଆବଶ୍ୟକ।
Comments are closed.