କୁହାଯାଏ, ସ୍ବାସ୍ଥ୍ୟ ହିଁ ସମ୍ପଦ। ବ୍ୟସ୍ତ ବହୁଳ ଜୀବନରେ ଆମେ ଶରୀର ବା ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୋଇ ପାରୁନାହିଁ। କିନ୍ତୁ ବର୍ତ୍ତମାନ ଆମ ପାଖରେ ପ୍ରର୍ଯ୍ୟାପ୍ତ ସମୟ ରହିଛି। କାରଣ ଦେଶରେ ଏବେ ଲକଡାଉନ ବା ତାଲାବନ୍ଦ ବ୍ୟବସ୍ଥା ଲାଗୁ ହୋଇଛି। ତେବେ ଏହି ସମୟକୁ ନଷ୍ଟ ନ କରି, ଏହାର ସଠିକ୍ ବିନିଯୋଗ କରିବା ହିଁ ବୁଦ୍ଧିମାନର କାମ ହେବ।
ଆଜି ଆମେ ଆପଣକୁ ଜଣାଇବୁ ଲକଡାଉନ ସମୟର ଫିଟ୍ ମନ୍ତ୍ର। ଯାହା ଦ୍ବାରା ଆପଣ ଏକଦମ୍ ଫିଟ୍ ରହିବା ସହ ଏହି ଛୋଟ ଛୋଟ ଟିପ୍ସ ଆପଣଙ୍କ ଜୀବନ ଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଫଳରେ ଲକଡାଉନ ପରେ ଆପଣ ଯେତେବେଳେ ସର୍ବସମ୍ମୁଖକୁ ଯିବେ, ସେତେବେଳେ ଆକର୍ଷଣର କେନ୍ଦ୍ର ପାଲଟିବେ। ତେବେ ଆଉ ବିଳମ୍ବ ନ କରି ଆପଣାନ୍ତୁ ଏହି ଉପାୟ….
ବଡି ୱାର୍ମଅପ୍ ; ପ୍ରଥମତଃ ବଡି ୱାର୍ମଅପ୍ କରନ୍ତୁ। ହାତ ଗୋଡ ଚଳନ କରି ଶରୀରକୁ ଆକ୍ଟିଭ୍ ବା ସକ୍ରିୟ କରନ୍ତୁ। ଏହା ପରେ ଜଗିଂ କରିବେ।
ସ୍କିପିଂ ; ସ୍କିପିଂ ବା ଦଉଡି ଡିଆଁ ଅଭ୍ୟାସ କରନ୍ତୁ। ନୂଆ ଅଭ୍ୟାସ କରୁଥିଲେ ପ୍ରଥମେ ୧୦୦ ଥର କରନ୍ତୁ। ପରେ ଦିନକୁ ଦିନ ୧୦ ଥର ଲେଖାଏଁ ବଢାନ୍ତୁ। ଯଦି ଆପଣ ଆଗରୁ ଏହି ଅଭ୍ୟାସ ଜାରି ରଖିଛନ୍ତି ତେବେ ଆପଣ ନିଜ ହିସାବରେ ଅଧିକ ଥର କରିପାରିବେ।

ଜମ୍ପିଂ ; ଗୋଟିଏ ଗୋଡରେ ଜମ୍ପ କରି ୧୦ ମିଟର ଯିବ। ପୁଣି ଅନ୍ୟ ଗୋଡରେ ଜମ୍ପ କରି ଫେରିବେ। ସେହିପରି ଦୁଇଟି ଗୋଡରେ ଜମ୍ପ କରି ଯିବେ ଓ ଫେରିବେ। ଏହାକୁ ଆପଣ ଘରର ବାରଣ୍ଡା ବା ଛାତ ଉପରେ କରି ପାରିବେ। ବେଙ୍ଗ ପରି ଜମ୍ପ କରି ୧୦ ମିଟର ଯିବେ ଓ ଆସିବେ। ସେହିପରି ଭାବରେ ବାଘ ପରି ଚାଲିବେ। ଏହାକୁ ଟାଇଗର ୱାକ୍ କୁହାଯାଏ। ଏହାକୁ ମଧ୍ୟ ୧୦ ମିଟର ଯିବେ ଓ ଆସିବେ। ଏହି ସବୁକୁ ୪-୫ ଥର କରିବେ।
ହାଣ୍ଡ ୱାକିଂ ; ହାତରେ ଚାଲିବ। ଆମେ ସବୁବେଳେ ଗୋଡରେ ଚାଲୁଛେ, ଗୋଡ ଆମ ଶରୀରର ଭାରସାମ୍ୟ ଉଠାଇଥାଏ। ସେହିପରି ହାତ ମଧ୍ୟ ଆମ ଶରୀରର ଭାରସାମ୍ୟ ଉଠାଇବାକୁ ସକ୍ଷମ। ନିଜର ଇଚ୍ଛାଶକ୍ତି ଓ ଅଭ୍ୟାସ ଦ୍ବାରା ଏହା ସଫଳ ହୋଇଥାଏ।

ପ୍ଳାଙ୍କ ଏକ୍ସରସାଇଜ୍ ; ଏହା ଦ୍ବାରା ପେଟ କମ୍ ହୋଇଥାଏ। ଏହାକୁ ନିୟମିତ ଦୁଇ ମାସ କରିବା ଦ୍ବାରା ପେଟରେ ପ୍ୟାକ୍ ବାହାରିଥାଏ।
ଶୀର୍ଷାସନ ; ମୁଣ୍ଡରେ ଠିଆ ହେବା। ଏହା ଦ୍ବାରା ମୁଣ୍ଡକୁ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ। ଦିନକୁ ଥରେ ଏହି ଆସନ କରିବା ଉଚିତ୍। ଶରୀର ସୁସ୍ଥ ରହିଥାଏ।
ସିଡି ପାହଚ ; ସିଡିରେ ଚଢିବା ଭଳି ଗୋଡକୁ ଅପ୍ ଡାଉନ୍ କରିବାକୁ ପଡିଥାଏ।
ଏହି ବ୍ୟୟାମ ଜଣେ ବ୍ୟକ୍ତି ଘରେ ରହି କରିବେ। ବାହାରକୁ ଯିବା ବିଲକୁଲ୍ ଆବଶ୍ୟକ ନାହିଁ। ବର୍ତ୍ତମାନ କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ, ଘରେ ରହୁନ୍ତୁ ଏବଂ ସୁସ୍ଥ ରୁହନ୍ତୁ।
ଆଶୁତୋଷ ପାତ୍ର, ଭଲି ବଲ୍ କୋଚ୍
ଟାଟା ଷ୍ଟିଲ୍ ବିଏସ୍ଏଲ୍



